ପରଦାରେ ଧମାଲ କରୁଛି ଯଓ୍ବାନ । ଆଜି ରିଲିଜ ହୋଇଛି କିଙ୍ଗଖାନଙ୍କ ମଚ୍ ଆଓ୍ବେଟେଡ୍ ମୁଭି ଯଓ୍ବାନ ।ଭରପୁର ଆକ୍ସନ ଓ ଇମୋଶନ ସହ ଶାହାରୁଖ ଫ୍ୟାନଙ୍କୁ ପାଗଳ କରିଛନ୍ତି । କୋଲକାତା ଓ ଦିଲ୍ଲୀ ସମେତ ହିନ୍ଦୀ ହାର୍ଟଲାଣ୍ଡରେ ସିନେମା ରିଲିଜ୍ ହୋଇଛି । ସାରା ଦେଶରେ ଯବାନ କ୍ରେଜ ଦେଖାଦେଇଛି । ଶାହାରୁଖ ଖାନଙ୍କ ଯବାନ ନୂଆ ରେକର୍ଡ ସୃଷ୍ଟି କରିବ । ରେଡ୍ ଚିଲ୍ଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଫିଲ୍ମ ଯବାନର ନିର୍ଦ୍ଦେଶନା ଦେଇଛନ୍ତି ମଟଲି କୁମାର । ଫିଲ୍ମରେ ଶାହରୁଖ ଖାନଙ୍କ ସମେତ ସାଉଥର ସୁପରଷ୍ଟାର ନୟନତାରା, ବିଜୟ ସେଥୁପତି, ସୁନୀଲ ଗ୍ରୋବର, ରିଧି ଡୋଗ୍ରା ପ୍ରମୁଖ ଅଭିନୟ କରିଛନ୍ତି ।

