ବିଶ୍ବକପ: ସେମିରେ ଭାରତ

() ବିଶ୍ବକପରେ ଭାରତର ବିଜୟ ଧାରା ଜାରି । ଲଗାତର ସପ୍ତମ ବିଜୟ ସହ ପ୍ରଥମ ଟିମ ଭାବେ ସେମି ଫାଇନାଲରେ ପ୍ରବେଶ କଲା ଭାରତ । ୩୦୨ ରନରେ ଶ୍ରୀଲଙ୍କାକୁ ହରାଇଲା ଟିମ ଇଣ୍ଡିଆ । ଭାରତର ୩୫୭ ରନ ଜବାବରେ ଶ୍ରୀଲଙ୍କା ୫୫ରେ ଅଲଆଉଟ୍ । ଭାରତ ପକ୍ଷରୁ ମହମ୍ମଦ ସାମ୍ମି ସର୍ବାଧିକ ୫ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୩ଟି, ଯଶପ୍ରୀତ ବୁମରା ଓ ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏହି ବିଜୟ ସହ ଭାରତ ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି । ଆଜି ଓ୍ବାଙ୍ଖଡେରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ଦଳ ପକ୍ଷରୁ ୩ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ । ବିରାଟ କୋହଲି ୯୪ ବଲରେ ୮୮ ରନ କରି ଶତକରୁ ବଞ୍ଚିତ ହୋଇଥିଲେ । ଏକଦିବସୀୟ କ୍ୟାରିୟରରେ ବିରାଟ ୭୦ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଆଜି ଶତକ କରିଥିଲେ ୪୯ ତମ ଶତକ ସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକ୍ଷ ହୋଇଥାନ୍ତେ ।

ସେହିପରି ଶୁବମନ ଗିଲ ୯୨ ବଲରେ ୯୨ ରନ୍ ଓ ଶ୍ରେୟସ ଆୟାର ମାତ୍ର ୫୬ ବଲରେ ଦ୍ରୁତ ୮୨ ରନ ହାସଲ କରିଥିଲେ । ଫଳରେ ୮ ଓ୍ବିକେଟ୍ ହରାଇ ଦଳ ୩୫୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ମଧୁଶଙ୍କା ସଫଳ ବୋଲିଂ କରି ୫ଟି ଓ୍ବିକେଟ ହାସଲ କରିଥିବାବେଳେ ଦୁଷ୍ମନ୍ତ ଚାମିରାଙ୍କୁ ମିଳିଛି ଗୋଟିଏ ଓ୍ବିକେଟ୍ । ୩୫୮ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କାକୁ ମିଳିଥିଲା ପ୍ରାରମ୍ଭିକ ଝଟକା । ଦଳୀୟ ସ୍କୋର ମାତ୍ର ୪ ରନରେ ଦଳର ୪ଜଣ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପେଭିଲିଅନ ଫେରିଥିଲେ । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ନିଶଙ୍କା, କରୁଣାରତ୍ନେ ଓ ସମରଓ୍ବିକ୍ରମା । ମାତ୍ର ୧ ରନକରି ଅଧିନାୟକ ମେଣ୍ଡିସ ଆଉଟ ହୋଇଥିଲେ । ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଶୂନ ରନ କରି ଆଉଟ ହୋଇଥିବାବେଳେ ଅଧିନାୟକଙ୍କ ସହ ଦୁଇଜଣ ଦୁଇଅଙ୍କ ଛୁଇଁ ପାରି ନାହାନ୍ତି । ପ୍ରଥମ ଓଭରରେ ଯଶପ୍ରୀତ ବୁମରା ନିଶଙ୍କାଙ୍କୁ ପ୍ୟାଭିଲିୟନ ଫେରାଇଥିବାବେଳେ ଦ୍ବିତୀୟ ଓଭରରେ ମହମ୍ମଦ ସିରାଜ କରୁଣାରତ୍ନେ ଓ ସମରଓ୍ବିକ୍ରମାଙ୍କୁ ଆଉଟ କରିଛନ୍ତି । ସିରାଜଙ୍କ ଦ୍ବିତୀୟ ଓଭରରେ ଶିକାର ହୋଇଛନ୍ତି କୁଶଲ ମେଣ୍ଡିସ୍ । ଦଳୀୟ ସ୍କୋର ୧୪ ବେଳେ ପଡ଼ିଛି ପଞ୍ଚମ ଓ ଷଷ୍ଠ ଓ୍ବିକେଟ୍ । ମାତ୍ର ୧ ରନ କରି ଅସଲଙ୍କା ଓ ଜିରୋ ରନରେ ଦୁଶନ ହେମନ୍ତ ସାମିଙ୍କ ବଲରେ ଆଉଟ୍ ହୋଇଛନ୍ତି । ଫଳରେ ଦଳ ମାତ୍ର ୫୫ ରନ କରି ସମସ୍ତ ଓ୍ବିକେଟ ହରାଇଛି । …..

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!