ବଢିବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ

ଦିଲ୍ଲୀରେ ଥମୁନି ପ୍ରଦୂଷଣ । ଲଗାତର ଭାବେ ଷଷ୍ଠ ଦିନରେ ପହଞ୍ଚିଛି ପ୍ରଦୂଷଣ ।ମୁଣ୍ଡକାରେ ବାୟୁର ଗୁଣବତ୍ତା ୪୨୦କୁ ପାର, ସେହିପରି ଆନନ୍ଦ ବିହାରରେ ୪୧୬, ପଞ୍ଜାବୀ ବାଗରେ ୪୧୬, ୱାଜିରପୁରରେ ୪୦୮ ରହିଛି । ଯାହାକି ଚିନ୍ତାର ବିଷୟ ପାଲଟିଯାଇଛି  । ଏହାର ଭିତରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି  । ଦିଲ୍ଲୀ ବାୟୁର ଗୁଣବତ୍ତା ଖରାପ ହେବାରେ ପଞ୍ଜାବ ଦାୟୀ । ପଞ୍ଜାବ କ୍ଷେତରେ ନିଆଁ ଲାଗିବା କାରଣରୁ ବଢିଚାଲିଛି ପ୍ରଦୂଷଣ  । ଦିନକରେ ୨୦୦୦ କ୍ଷେତରେ ଫସଲ ଅବଶେଷରେ ଲଗାଯାଉଛି ନିଆଁ । ବୁଧବାର ଦିନ ପଞ୍ଜାବରେ ନିଆଁ ଲାଗିବା ଘଟଣା ସଂଖ୍ୟା ୧୯୨୧ ରହିଛି  । ସେହିପରି ମଙ୍ଗଳବାର ଦିନ ୧୩୮୯ ଏବଂ ସୋମବାର ଦିନ ୧୦୩୦ ରହିଛି । ଯାହାର ସିଧାସଳଖ ପ୍ରଭାବ ଦିଲ୍ଲୀର ବାୟୁମଣ୍ଡଳ ଉପରେ ପଡୁଛି ।

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!