୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର

୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର । କଳସ ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଚୋରକୁ ଗିରଫ କରିବାରେ ସଫଳ ହୋଇଛି ।

ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଛି ଯେ ଗୋଟିଏ ନୁହେଁ ବରଂ ତିନୋଟି କଳସ ଚୋରି ହୋଇଛି, ଯେଉଁଥିରୁ ଗୋଟିଏ ଉଦ୍ଧାର କରାଯାଇଛି । ଅନ୍ୟ ଅଭିଯୁକ୍ତ ଏବଂ ଦୁଇଟି କଳସକୁ ଉଦ୍ଧାର କରିବା ପାଇଁ ଚଢାଉ ଜାରି ରହିଛି ।

କହି ରଖୁଛୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଜୈନ ଧର୍ମର ଏକ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ଚୋର ସୁଯୋଗ ଦେଖି ଏକ କୋଟି ଟଙ୍କାରୁ ଅଧିକ ଦାମର ଏକ କଳସ ଚୋରି କରିନେଇଥିଲା । ଏହି କଳସରେ ୭୬୦ ଗ୍ରାମର ସୁନା, ୧୫୦ ଗ୍ରାମର ହୀରା, ମାଣିକ, ମୋତି ଆଦି ଲାଗିଥିଲା ।

ଯେତେବେଳେ ତଦନ୍ତ ଆରମ୍ଭ ହେଲା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଭାବରେ ଜଣାପଡ଼ିଥିଲା ଯେ ଧୋତି ପିନ୍ଧିଥିବା ଜଣେ ବ୍ୟକ୍ତି ଚତୁରତାର ସହିତ ପୂଜାସ୍ଥଳରେ ପହଞ୍ଚିଥିଲେ ଏବଂ ପରିସ୍ଥିତିର ସୁଯୋଗ ନେଇ କଳସକୁ ନିଜ ବ୍ୟାଗରେ ରଖି ସେଠାରୁ ପଳାଇ ଯାଇଥିଲେ ।

Post Views43 Total Count

Apply Now


This will close in 0 seconds

error: Content is protected !!