୨୨ ଅନାଥ ପିଲାଙ୍କ ଖର୍ଚ୍ଚ ଉଠାଇବେ ରାହୁଲ

ଅପରେସନ ସିନ୍ଦୂର ଚାଲିଥିବାବେଳେ ପାକିସ୍ତାନ ସୈନ୍ୟଙ୍କ ଆକ୍ରମଣରେ ଅନାଥ ହୋଇଥିବା ଜାମ୍ମୁ-କାଶ୍ମୀରର ୨୨ ପିଲାଙ୍କ ପଢା ଖର୍ଚ୍ଚ ରାହୁଲ ଗାନ୍ଧୀ ବହନ କରିବେ ବୋଲି ଜଣାପଡିଛି। ମେ’ ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବଳ୍ପମିଆଦୀ ଯୁଦ୍ଧ ଲାଗିଥିଲା। ସୀମା ଅପରପାର୍ଶ୍ବରୁ ପାକ୍‌ ସୈନ୍ୟଙ୍କ ଗୁଳିରେ ଜାମ୍ମୁ-କାଶ୍ମୀରର ପୁଞ୍ଚ୍‌ ଓ ରାଜୌରୀ ଜିଲାରେ ୨୮ ନାଗରିକ ପ୍ରାଣ ହରାଇଥିଲେ। ରାହୁଲ ଇତିମଧ୍ୟରେ ଏହି ଜିଲା ଗସ୍ତ କରି ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ଭେଟିଛନ୍ତି ବୋଲି ଜାମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ୍‌ ହମିଦ କାରା ସୂଚନା ଦେଇଛନ୍ତି। ପୁଞ୍ଚ ଜିଲାରେ ଅନାଥ ହୋଇଥିବା ୨୨ ଜିଲାଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ରାହୁଲ ଇତିମଧ୍ୟରେ ପ୍ରଥମ କିସ୍ତିିରେ ଦେଇଥିବା ଅର୍ଥକୁ ଏହିି ଅନାଥ ପିଲାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି।

Post Views45 Total Count

Apply Now


This will close in 0 seconds

error: Content is protected !!