ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ ସମ୍ପ୍ରଦାୟର ଲୋକେ ଟେକାମାଡ଼ କରିବାରୁ ୨୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଉତ୍ତ୍ୟକ୍ତ ଜନତାଙ୍କ ଉପରକୁ ଗୁଳି ଚଳାଇବାରୁ ୪ ଯୁବକ(ନଉମାନ, ବିଲାଲ, ନଇମ ଓ ମହମ୍ମଦ କୈଫ୍)ଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଅନ୍ୟପକ୍ଷେ ପୋଲିସ ଏହାକୁ ଖଣ୍ଡନ କରିଛି। ପୋଲିସ ଏପରି କୌଣସି ଅସ୍ତ୍ର ବ୍ୟବହାର କରିନାହିଁ, ଯହିଁରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସମ୍ଭଲ ଏସ୍ପି କୃଷ୍ଣକୁମାର ବିଷ୍ଣୋଇ କହିଛନ୍ତି।
ଉତ୍ତେଜନା ଲାଗିରହିଥିବାରୁ ସମ୍ଭଲ ଅଞ୍ଚଳର ସ୍କୁଲଗୁଡ଼ିକୁ ବନ୍ଦ କରାଯିବା ସହ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି। ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ସମ୍ଭଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ।

