କେରଳର ଓ୍ବାୟନାଡ୍ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ ନେଇଛନ୍ତି।
ପ୍ରିୟଙ୍କା ଶବଥ ନେବା ସମୟରେ ତାଙ୍କ ଭାଇ ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ସେଠାରେ ଉପସ୍ଥିତି ଥିଲେ। ଏହାସହ ତାଙ୍କ ପୁଅ ରେହାନ ଏବଂ ଝିଅ ମିରାୟା ମଧ୍ୟ ସେଠାରେ ଥିଲେ।
ଓ୍ବାୟନାଡ୍ର କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀ ଗସ୍ତକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍ତି।
ଲୋକ ସଭାରେ ପ୍ରିୟଙ୍କା ପ୍ରବେଶ କରିବା ପରେ ପାର୍ଲାମେଣ୍ଟ ଏକସଙ୍ଗେ ନେହେରୁ-ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ଯାଉଛି।

