ଆଜି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଅପରାହ୍ନ ୫ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ବିମାନ ବନ୍ଦରରୁ ସିଧାସଳଖ ନୀଳାନ୍ଦ୍ରିବିହାରକୁ ଯିବେ । ସେଠାରୁ ଫେରି ରାଜଭବନରେ ରାତ୍ରି ଯାପନ କରି କାଲି ପୁରୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି । ଶ୍ରୀକ୍ଷେତ୍ର ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୀରଙ୍କ ସମରକଳା ପ୍ରଦର୍ଶନ ଦେଖିବେ ରାଷ୍ଟ୍ରପତି ।

୫ ତାରିଖ ଦିନ ଭୁବନେଶ୍ଵର କୋର୍ଟକୁ ଉଦଘାଟନ କରିବେ। ୫ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି।ଭୁବନେଶ୍ୱର ବିମାନ ବନ୍ଦରରୁ ରାଜଭବନ ଓ ଭୁବନେଶ୍ୱର କୋର୍ଟ ପର୍ଯ୍ୟନ୍ତ କାରକେଡର ରିହରସଲ କରାଯାଇଛି।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!