ଆଜି ସରୁଛି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ କାର୍ୟ୍ୟକାଳ

ଆଜି ସରିବ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ୟ୍ୟକାଳ । କାଲିଠାରୁ ଦାୟିତ୍ବ ସମ୍ଭାଳିବେ ନୂଆ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ବର୍ଷ ପାଇଁ ଆରବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କୁ ନିଯୁକ୍ତି ମିଳିଛି ।

କେନ୍ଦ୍ର ରାଜସ୍ବ ମନ୍ତ୍ରାଳୟର ସଚିବ ଥିବା ସଞ୍ଜୟ ମାଲହୋତ୍ରା ଆସନ୍ତା ଡିସେମ୍ବର ୧୧ ତାରିଖରୁ ଗଭର୍ଣ୍ଣର ଭାବେ ନୂଆ ଦାୟିତ୍ବ ଗ୍ରହଣ କରିବେ। ୧୯୯୦ ବ୍ୟାଚର ରାଜସ୍ଥାନ କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ସଞ୍ଜୟ ମାଲହୋତ୍ରା।

ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣର ଥିବା ଶକ୍ତିକାନ୍ତ ଦାସଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବେ। ୨୦୧୮ରୁ ଆରବିଆଇ ଗଭର୍ଣ୍ଣର ଭାବେ କାର୍ୟ୍ୟ କରି ଆସୁଥିଲେ ଶକ୍ତିକାନ୍ତ। ଏବେ ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!