ପ୍ରତାପ ଆଣିଲେ ଏଭଳି ଅଭିଯୋଗ

ସିଡିରୁ ପଡିଗଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ। ଆହତ। ସଂସଦ ଭିତରେ ଠେଲାପେଲା ପରେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ରାହୁଲ ଗାନ୍ଧୀଙ୍କ ତାଙ୍କୁ ଠେଲି ଦେବା ପରେ ସେ ପଡିଯାଇ ଆହତ ହୋଇଛନ୍ତି ବୋଲି ବାଲେଶ୍ବର ସାଂସଦ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଛିଡା ହୋଇଥିଲି। ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଲେ ଏବଂ ସେହି ସାଂସଦ ମୋ ଉପରେ ପଡ଼ିଗଲେ। ଏହାପରେ ମୁଁ ପଡ଼ିଗଲି ।

ପ୍ରସଙ୍ଗରେ ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି । ପ୍ରତାପ ଷଡଙ୍ଗୀଙ୍କ ଅଭିଯୋଗ ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ହଁ ମୁଁ ଏହା କରିଛି, ଠିକ୍ ଅଛି … ଠେଲିବା ଦ୍ୱାରା କିଛି ହାସଲ ହୁଏ ନାହିଁ। ମୁଁ ସଂସଦ ଭିତରକୁ ଯିବାକୁ ଚାହୁଁଥିଲି । ସଂସଦକୁ ଯିବା ମୋର ଅଧିକାର, ମୋତେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଆମକୁ ସଂସଦରେ ପ୍ରବେଶ କରିବାକୁ ବାରଣ କରାଯାଉଥିଲା। ବିଜେପି ସାଂସଦମାନେ ଆମକୁ ଠେଲାପେଲା କରିଥିଲେ।

Post Views32 Total Count

Apply Now


This will close in 0 seconds

error: Content is protected !!