ଜଣେ ୟୁଟ୍ୟୁବରଙ୍କ ଉପରେ ସେବିର ବସିଲା ବଡ଼ ଛାଟ । ୟୁଟ୍ୟୁବର୍ ରବୀନ୍ଦ୍ର ଭାରତୀଙ୍କ ଉପରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(SEBI) ୯ କୋଟି ୫୦ ଲକ୍ଷ ଟଙ୍କା ଫାଇନ୍ କସିଛି । ରେଜିଷ୍ଟ୍ରେସନ୍ ନ କରି, ନିବେଶ ସମ୍ପର୍କିତ ପରାମର୍ଶ ଦେବା ଓ ସେ ସମ୍ପର୍କିତ ଭିଡିଓ କରି କୋଟି କୋଟି ଟଙ୍କା ଆୟ କରିଥିବା ରବୀନ୍ଦ୍ର ଭାରତୀଙ୍କୁ ମୋଟା ଅଙ୍କର୍ ଫାଇନ୍ ପକାଇଛି SEBI । କେବଳ ସେତିକି ନୁହେଁ, ସେବି ଆସନ୍ତା ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ସେୟାର ମାର୍କେଟରେ କୌଣସି ପ୍ରକାର କାରବାର ଉପରେ ମଧ୍ୟ ତାଙ୍କୁ ବାରଣ କରିଛି ।
SEBI ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ, ରବୀନ୍ଦ୍ର ଭାରତୀଙ୍କ କମ୍ପାନୀ ଅନଭିଜ୍ଞ ସାଧାରଣ ନିବେଶକଙ୍କୁ ଷ୍ଟକ୍ ମାର୍କେଟର ଲୋଭନୀୟ ଫାଇଦା ସମ୍ପର୍କରେ ଆକର୍ଷଣୀୟ କଥା କହି ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଉଥିଲା । ଖାଲି ସେତିକି ନୁହେଁ ବିନା ପଞ୍ଜିକରଣରେ ନିବେଶ ସମ୍ପର୍କିତ ପରାମର୍ଶ ଦେବାରେ ମଧ୍ୟ ଅବହେଳା କରି ନାହିଁ ରବୀନ୍ଦ୍ର ଭାରତୀଙ୍କ ସଂସ୍ଥା । ଏହା ଉପରେ ରୋକ୍ ଲଗାଇବା ପାଇଁ ସେବି ଏତେ ବଡ଼ ପଦକ୍ଷେପ ନେଇଛି ।

