୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଝାରପଡ଼ା ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ । ସର୍ତ୍ତମୂଳକ ଜାମିନ୍ ପରେ ଗତକାଲି ଜେଲରୁ ବାହାରିଛନ୍ତି ଠିକାଦାର ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା, ଚଞ୍ଚଳ ମୁଖାର୍ଜୀ । ଜେଲରୁ ବାହାରିବା ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଗ୍ରୁପ୍ ଜେନରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ସହ ଷଡ଼ଯନ୍ତ୍ର ହୋଇଛି । ସମୟ ଆସିଲେ ସତ ସାମ୍ନାକୁ ଆସିବ ।
ସୂଚନା ଅନୁସାରେ B&R କମ୍ପାନୀର ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସିବିଆଇ ସ୍ବତନ୍ତ୍ର କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଅଭିଯୁକ୍ତମାନେ ସହର ବାହାରକୁ ଯାଇପାରିବେନି, ‘ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେନି ଭଳି କଡ଼ା ସର୍ତ୍ତ ସହ କୋର୍ଟ ସେମାନଙ୍କୁ ଜାମିନ ଦେଇଥିଲେ ।

