କଟକଣା ହଟାଇଲେ କେନ୍ଦ୍ର ସରକାର: ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଶୀକୁ ଯାଇ ପାରିବେ ନାହିଁ

୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ଯେଉଁ ପିଲାମାନେ ବାର୍ଷିକ ପରୀକ୍ଷାରେ ପାସ୍‌ କରିପାରିବେ ନାହିଁ, ସେମାନଙ୍କୁ ସ୍କୁଲ ପକ୍ଷରୁ ଫେଲ ଘୋଷଣା କରାଯାଇ ପାରିବ।ସେହିପରି ସେମାନେ ପରବର୍ତ୍ତୀ କ୍ଲାସକୁ ମଧ୍ୟ ଯାଇ ପାରିବେ ନାହିଁ। ତେବେ ୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।ଉକ୍ତ ରିଟେଷ୍ଟରେ କୃର୍ତ୍ତକାର୍ଯ୍ୟ ହେଲେ, ସେମାନେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ। କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍କୁଲ ଗୁଡ଼ିକରେ ଏହି ନିୟମ ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

ଶିକ୍ଷା ଅଧିକାରୀ ଆଇନ ୨୦୧୯ରେ ସଂଶୋଧନ କରି ୧୬ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳର ସ୍କୁଲ ଗୁଡ଼ିକ ଫେଲ୍‌ ନ ହେବା କଟକଣାକୁ ହଟାଇ ଦେଇଛନ୍ତି। ସେମାନେ ମଧ୍ୟ ୫ମ ଓ ୮ମ ଶ୍ରେଣୀ ପାଇଁ ଏହି ନିୟମ ଲାଗୁ କରିଛନ୍ତି।

ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି କୌଣସି ଶିକ୍ଷାର୍ଥୀ ବାର୍ଷିକ ପରୀକ୍ଷାରେ କୃର୍ତ୍ତକାର୍ଯ୍ୟ ହୋଇ ପାରୁ ନାହାନ୍ତି, ତା’ହେଲେ ସେମାନଙ୍କୁ ବା ତାଙ୍କୁ ରେଜଲ୍ଟ ବାହାରିବାର ୨ ମାସ ମଧ୍ୟରେ ଅତିରିକ୍ତ କୋଚିଂ ଓ ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ। କିନ୍ତୁ ପୁନଃ ପରୀକ୍ଷାରେ ଶିକ୍ଷାର୍ଥୀ ଜଣଙ୍କ ବା ଶିକ୍ଷାର୍ଥୀମାନେ ପାସ୍‌ କରିପାରିଲେ ନାହିଁ, ତା’ହେଲେ ତାଙ୍କୁ ପୁଣି ୫ମ କିମ୍ବା ୮ମ ଶ୍ରେଣୀରେ ରହିବାକୁ ପଡ଼ିବ।

Post Views30 Total Count

Apply Now


This will close in 0 seconds

error: Content is protected !!