ପୂର୍ବୋଦୟ ମିସନ ଓ ଗରିବ କଲ୍ୟାଣର ପ୍ରୟୋଗଶାଳା ହେବ ପାରାଦୀପ

ଶିଳ୍ପାଞ୍ଚଳ ପାରାଦୀପରେ ଯେଉଁ ସମ୍ଭାବନା ଅଛି, ତାହା ଆଗାମୀ ଦିନରେ ଓଡ଼ିଶାର ଆବଶ୍ୟକତାକୁ ପୂରଣ କରିବ। ‘ପୂର୍ବୋଦୟ ମିସନ’ରେ ପାରାଦୀପ ‘ବିକାଶ ଦ୍ୱୀପ’ ହେବ ବୋଲି ସୋମବାର ପାରଦୀପ ନିର୍ବାଚନମଣ୍ଡଳୀରେ ଆୟୋଜିତ  ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 ସେହିପରି ପୂର୍ବ-ଭାରତର ତ୍ୱରିତ୍ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ହେଉଛି ‘ପୂର୍ବୋଦୟ’। ଏହାର ପ୍ରମୁଖ ବିନ୍ଦୁ ହେଉଛି ଓଡ଼ିଶାର ବିକାଶ। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ‘ପୂର୍ବୋଦୟ’ରେ ପାରାଦ୍ୱୀପ ହେଉଛି ଏକ ‘ବିକାଶ ଦ୍ୱୀପ’।

ବିନା ପାରାଦୀପର ବିକାଶରେ ଓଡ଼ିଶା ଓ ଭାରତ ବିକଶିତ ହେବ ନାହିଁ। ପାରାଦୀପ ବନ୍ଦର କ୍ରମାଗତ ଭାବେ ୧୦୦ ମିଲିୟନ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରି ବୃହତ୍ତମ ବନ୍ଦର ଭାବେ ପରିଚୟ ପାଇବା ଆମ ଓଡ଼ିଶାର ଶିଳ୍ପ ଜଗତ ପାଇଁ ବଡ ଉପଲବ୍ଧି।

Post Views17 Total Count

Apply Now


This will close in 0 seconds

error: Content is protected !!