ପାର୍ସଲ ବୋମା ଘଟଣା, ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ଦ୍ଵିତୀୟ ଥର ପାଇଁ ପହଞ୍ଚିଲେ ଅରୁଣ ବୋଥ୍ରା

ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣା । ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ଦ୍ଵିତୀୟ ଥର ପାଇଁ ପହଞ୍ଚିଲେ ଅରୁଣ ବୋଥ୍ରା । ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନିକଟରେ ହାଜର ହୋଇଛନ୍ତି । ପ୍ରତିପକ୍ଷ ଓକିଲଙ୍କ ଆବେଦନ ଆଧାରରେ ଦ୍ଵିତୀୟ ଥର ପାଇଁ କୋର୍ଟରେ ହାଜର ହୋଇଥିବା ସୂଚନା ।

ସୂଚନା ଥାଉକି, ବର୍ଷକ ତଳେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥା । ହାଜର ହୋଇ ନିଜର ପକ୍ଷ ରଖିଥିଲେ । ଏବେ ସେ ଦ୍ୱିତୀୟ ଥର ପୁଣିଥରେ ହାଜର ହୋଇଛନ୍ତି ।

ସୂଚନା ଥାଉକି, ବହୁଚର୍ଚ୍ଚିତ ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। କହିବାକୁ ଗଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ଜ୍ୟୋତି ବିକାଶ ଜୁନିୟର କଲେଜ୍‌ରେ ପୁଞ୍ଜିଲାଲ୍‌ ମେହେର ଅଧ୍ୟାପକ ଭାବେ କାମ କରୁଥିଲେ । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ସେ ସେହି କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍‌ ପାର୍ସଲ୍‌ ଉପହାର ଭାବେ ବୋମା ପଠାଇଥିଲେ । ୨୩ ତାରିଖ ଦିନ ଏହି ଗିଫ୍ଟ ପାର୍ସଲ୍‌ ଖୋଲିବାବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ନବବିବାହିତା ପତ୍ନୀ ରୀମା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ଜାତୀୟସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ବହୁ ଘଣ୍ଟାଚକଟା ପରେ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା ।

Post Views5 Total Count

Apply Now


This will close in 0 seconds

error: Content is protected !!