ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କଲେ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଡିସେମ୍ବର ୨୨ରେ ଅର୍ଥାତ୍ ରବିବାର ରାଜସ୍ଥାନର ଉଦୟପୁରରେ ସିନ୍ଧୁ ବିବାହ କରିଛନ୍ତି। ସିନ୍ଧୁଙ୍କ ଭାବିସ୍ୱାମୀ ଭେଙ୍କଟ ଦତ୍ତା ସାଇ ଜଣେ ବରିଷ୍ଠ ଆଇଟି ପ୍ରଫେସନାଲ ଏବଂ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।ବିବାହରେ ପିଭି ସିନ୍ଧୁ ଶାଢ଼ି ପିନ୍ଧିଥିବା ବେଳେ ଭେଙ୍କଟ କୂର୍ତ୍ତା ପିନ୍ଧିଥିବା ଦେଖାଯାଇଥିଲା। ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ଯୋଧପୁରର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ଉପସ୍ଥିତ ଥିଲେ। ବିବାହରେ ଯୋଗ ଦେଇଥିବାର ଫଟୋ ଏକ୍ସରେ ସେୟାର କରି ନବଦମ୍ପତ୍ତିକୁ ଗଜେନ୍ଦ୍ର ସିଂ ଶେଖାୱତ ଶୁଭେଚ୍ଛା ଦେଇଥିବା ଦେଖାଯାଇଛି।

ସିନ୍ଧୁଙ୍କ ବିବାହ ବିଷୟରେ ଘୋଷଣା କରି ମାସ ଆରମ୍ଭରୁ ତାଙ୍କ ବାପା କହିଥିଲେ ଯେ,ଉଭୟ ପରିବାର ପରସ୍ପରକୁ ପୂର୍ବରୁ ଜାଣିଥିଲେ, କିନ୍ତୁ ବିବାହ ଏକ ମାସ ପୂର୍ବରୁ ସ୍ଥିର ହୋଇଥିଲା। ସିନ୍ଧୁ ଜାନୁଆରିରୁ ବ୍ୟାଡମିଣ୍ଟନ ପାଇଁ ବହୁତ ବ୍ୟସ୍ତ ରହିବେ। ତେଣୁ ଡିସେମ୍ବର ବିବାହ ପାଇଁ ସର୍ବୋତ୍ତମ ସମୟ ହୋଇଥିବାରୁ ଆମେ ଏହି ମାସରେ ବିବାହ କରାଇବାକୁ ସ୍ଥିର କଲୁ। ବିବାହ ଉଦୟପୁରରେ ୨୨ ଡିସେମ୍ବରରେ ହେବା ସହ ୨୪ଡିସେମ୍ବରରେ ହାଇଦ୍ରାବାଦରେ ବିବାହ ଭୋଜି ଦିଆଯିବ। ଏହା ପରେ ସିନ୍ଧୁ ନିଜ ଅଭ୍ୟାସ‌ରେ ଲାଗିପଡ଼ିବେ। କାରଣ ପରବର୍ତ୍ତୀ ସିଜିନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଉଲ୍ଲେଖଯୋଗ୍ୟ, ଭେଙ୍କଟ ଦତ୍ତା ସାଇ ପୋଜିଡେକ୍ସ ଟେକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି। ତାଙ୍କ ପିତା ଜି.ଟି. ଭେଙ୍କଟେଶ୍ବରା ରାଓ ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ପୂର୍ବରୁ ସେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ରେ ଜଣେ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଗତ ମାସରେ ପିଭି ସିନ୍ଧୁ ଏହି କମ୍ପାନିର ନୂତନ ଲୋଗୋ ଲଞ୍ଚ କରିଥିବା ଦେଖାଯାଇଥିଲା।

Post Views2 Total Count

Apply Now


This will close in 0 seconds

error: Content is protected !!