ମିଲେଟ ପାଇଁ ମାନସମନ୍ଥନ

()  ଧାନ ପରି ବର୍ତ୍ତମାନ ମିଲେଟରେ ମଧ୍ୟ ଏମଏସପି ଦିଆଯାଉଛି। ୨ ଲକ୍ଷ ୬୦ହଜାର ହେକ୍ଟରରେ ମିଲେଟ  ଚାଷ ହେଉଛି। ଆଦିବାସୀଙ୍କ ପାଇଁ ଏହା ବଡ଼ ରୋଜଗାର ହୋଇଛି। ଏପରିକି ମିଲେଟ ନେଇ ରାଜ୍ୟର ମଡେଲକୁ ନୀତି ଆୟୋଗ ଗ୍ରହଣ କରି ଅନ୍ୟ ରାଜ୍ୟକୁ କରିବାକୁ କହିଛି। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଆଦିବାସୀମାନେ ପ୍ରଥମ ଥର ପାଇଁ ଏମଏସପି ପାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆପେକ୍ସ କମିଟି ଗଠନ କରାଯାଉଛି।  ଏ କାର୍ଯ୍ୟକ୍ରମ ଚାଷୀମାନଙ୍କ ଆୟ ବୃଦ୍ଧି ହୋଇ ପାରିବ।  ବର୍ତ୍ତମାନ 177 ଟି ବ୍ଲକରେ ମିଲେଟ ଚାଷ ହେଉଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ଦ୍ଵାରା ମିଲେଟ ସମ୍ବନ୍ଧୀୟ ଏକ ଦୁଇ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଭୁବନେଶ୍ବର ଜନତା ମଇଦାନରେ ନଭେମ୍ବର ୯ ଓ ୧୦ ତାରିଖରେ ଅନୁଷ୍ଠିତ ହେବ।

ଗତ ବର୍ଷ ଠାରୁ ନଭେମ୍ବର ୧୦ ତାରିଖକୁ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ଏବଂ ଏଥିପ୍ରତି ଜନସଚେତନତା ବୃଦ୍ଧି କରିବା ନିମନ୍ତେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ରାଉଣ୍ଡ ଟେବୁଲ ସହ, ବାହାର ରାଜ୍ୟର ଲୋକ ମଧ୍ୟ ଏହାକୁ ଦେଖିବାକୁ ଆସିବେ। ସମ୍ମିଳନୀକୁ 30 ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ପ୍ରାୟ 300 ପ୍ରତିନିଧି ଆସିବେ। ଏଥିରେ 32 ଟି ସେସନ ହେବ। ମାଣ୍ଡିଆ ଉପରେ ଅନ୍ତରଜାତୀୟ ସମ୍ମିଳନୀ ଆୟୋଜନ ଓଡ଼ିଶା ସାରା ଭାରତରେ ପ୍ରଥମ। ଦୁଇ ଦିନିଆ ଅନ୍ତରଜାତୀୟ ସମ୍ମିଳନୀର ଥିମ ସୁସ୍ଥ ମିଲେଟ ସୁସ୍ଥ ଜୀବନ ରଖାଯାଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!