ସମଲିଙ୍ଗୀ ବିବାହ: ଦାଖଲ ହେଲା ରିଭ୍ୟୁ ପିଟିସନ

ସମଲିଙ୍ଗୀ ବିବାହ ମାମଲା । ସୁପ୍ରିମକୋର୍ଟରେ ଦାଖଲ ହେଲା ରିଭ୍ୟୁ ପିଟିସନ । ଗତ ଅକ୍ଟୋବର ୧୭ରେ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ ଫିଙ୍ଗିଥିଲେ ସୁପ୍ରିମକୋର୍ଟ। ଏପ୍ରସଙ୍ଗରେ ସଂସଦରେ କେନ୍ଦ୍ର ସରକାର ଆଇନ ଆଣିପାରିବେ ବୋଲି କହିଥିଲେ କୋର୍ଟ । ସୁପ୍ରିମକୋର୍ଟ ରାୟକୁ ଚାଲେଞ୍ଜ କରିଛନ୍ତି ଉଦିତ ସୁଦ୍ । ସେ କହିଛନ୍ତି- ପିଟିସନରକାରୀଙ୍କ ମୌଳିକ ଅଧିକାରକୁ ସୁପ୍ରିମକୋର୍ଟଙ୍କ ଏହି ରାୟ କ୍ଷୁଣ୍ଣ କରୁଛି । ନିଜ  ରାୟରେ ସୁପ୍ରିମକୋର୍ଟ କହିଥିଲେ- ଆଇନର ଗଠନ ଓ ପ୍ରଣୟନ ବ୍ୟବସ୍ଥାପିକାର ଦାୟିତ୍ବ । କୋର୍ଟ ଆଇନ ପ୍ରସ୍ତୁତ କରିପାରିବେ ନାହିଁ । ଆଇନର ତର୍ଜମା ଅଦାଲତଙ୍କର।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନେଇ ମାମଲାର ଶୁଣାଣିରେ ଏହି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ୩ ବିଚାରପତି ସମଲିଙ୍ଗୀ ବିପକ୍ଷରେ ରାୟ ଦେଇଥିବାବେଳେ ୨ ସପକ୍ଷରେ ରହିଥିଲେ। ସମଲିଙ୍ଗୀ ଯୋଡ଼ି ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେନି ନାହିଁ ବୋଲି ମଧ୍ୟ ରାୟ ଦେଇଥିଲେ ସୁପ୍ରିମକୋର୍ଟ ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!