ଜଗତସିଂହପୁରର ଜନଜୀବନରେ ପ୍ରଶାନ୍ତ

() ନେତା କେମିତି ହେବା ଆବଶ୍ୟକ ? ଏ ପ୍ରଶ୍ନ ଅନେକ ସମୟରେ ଉଠିଛି ଆଉ ଅନେକ ଉତ୍ତର ବି ଖୋଜାଯାଇଛି । ବ୍ୟାପକ ତର୍କ, ବିତର୍କ, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏକାଧିକ ଉତ୍ତର ନେତାର ସଜ୍ଞାକୁ ସମୃଦ୍ଧ କରିଛି  । ଜନତା ନେତାଙ୍କୁ ହିଁ ଭରସା କରେ, ଭଲମନ୍ଦରେ ନେତାଙ୍କୁ ହିଁ ଖୋଜେ । ଲୋକଙ୍କର ଏହି ବିଶ୍ବାସକୁ ଜିତିବା, ଭରସାକୁ ସାଥୀରେ ନେଇ ଚାଲିବା ଆଉ ସେବାରେ ବ୍ରତୀ ହୋଇ ସର୍ବମାନ୍ୟ ସାଜିବା ହିଁ ଗୋଟିଏ ନେତାର ସର୍ବୋତ୍ତମ ସଜ୍ଞା  । ଯାହାକୁ ପ୍ରତିପାଦିତ କରିବା ସହିତ ଜନପ୍ରିୟ ନେତାର ପରିଚୟରେ ଲୋକଙ୍କ ହୃଦୟରେ ବସା ବାନ୍ଧିଥିବା ଜଣେ ନେତା ହେଲେ ପ୍ରଶାନ୍ତ ମୁଦୁଲି । ଜଗତସିଂହପୁର ଜିଲ୍ଲାରେ ବିକଶିତ ଜୀବନ ଜୀବିକାରେ ପ୍ରତିଫଳିତ ଆଉ ପ୍ରତିଧ୍ବନିତ ହେଉଥିବା ଦରଦୀ ଆଉ ଜନସେବକଙ୍କ ନାଁ ହେଉଛି ପ୍ରଶାନ୍ତ  ।

ବର୍ତ୍ତମାନର ଜଗତସିଂହପୁରର ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି  । ଗୋଟିଏ ନେତା ଗୋଟିଏ ନିର୍ବାଚନ ମଣ୍ଡଳୀରେ ଆପଣାର ହୋଇଥାଏ  । ସ୍ଥାନୀୟ ଲୋକଙ୍କର ଭଲପାଇବା ପାଇଥାଏ  । ହେଲେ ଏ ଚିରାଚରିତ ପ୍ରକ୍ରିୟାରେ ବ୍ୟତିକ୍ରମ ହେଉଛନ୍ତି ପ୍ରଶାନ୍ତ  । ଗୋଟିଏ ନିର୍ବାଚନ ମଣ୍ଡଳୀରେ ସେ ସୀମିତ ନୁହଁନ୍ତି । ସାରା ଜଗତସିଂହପୁର ଜିଲ୍ଲା ତାଙ୍କ ଆପଣାର ମାଟି । ଜଗସିଂହପୁରକୁ ପ୍ରଶାନ୍ତ ଯେତିକି ଭଲପାଆନ୍ତି ତାହାର ଦୁଇଗୁଣା ଭଲପାଇବା ପ୍ରଶାନ୍ତଙ୍କୁ ଦେଇଛନ୍ତି ଜିଲ୍ଲାବାସୀ । ଯାହାର ପ୍ରମାଣ ହେଉଛି ବାଲିକୁଦା-ଏରସମା ଏବଂ ଜଗତସିଂହପୁର ଆସନରୁ ପ୍ରଶାନ୍ତ ବିଧାନସଭାକୁ ନିର୍ବାଚିତ ହେବା  ।

ରାଜନୈତିକ ମଇଦାନରେ ଲମ୍ବା ରେସର ଘୋଡ଼ା ସାଜିଥିବା ପ୍ରଶାନ୍ତ ୨୦୦୯ ମସିହାରେ ପ୍ରତ୍ୟେକ୍ଷ ରାଜନୀତିରେ ଅବତୀର୍ଣ୍ଣ ହେବା ସହିତ ବିଧାନସଭାକୁ ଏଣ୍ଟ୍ରି କରିଥିଲେ  । ୨୦୦୯ରେ ବିଜୁ ଜନତା ଦଳ ଟିକେଟରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ପ୍ରଥମ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ  । ପ୍ରଥମ ଥର ମଇଦାନକୁ ଓହ୍ଲାଇ ୫୭.୭୩ ପ୍ରତିଶତ ଭୋଟ ସହିତ କଂଗ୍ରେସର ଉମେଶ ଚନ୍ଦ୍ର ସ୍ବାଇଁଙ୍କୁ ୩୧ ହଜାର ୩୮୫ ଖଣ୍ଡ ଭୋଟରେ ପରାଜିତ କରିଥିଲେ  । ପରେ ନିଜର ଜନସେବା ନୀତି ଓ ବିକାଶମୂଳକ କାମ ପାଇଁ ପୁଣିଥରେ ୨୦୧୪ରେ ପ୍ରଶାନ୍ତଙ୍କୁ ଭଲପାଇବା ଦେଇଥିଲେ ବାଲୁକୁଦା-ଏରସମା ବାସିନ୍ଦା  । ୨୯ ହଜାର ୩୫୪ ଖଣ୍ଡ ଭୋଟରେ ବିଜୟୀ ହୋଇ ଦ୍ବିତୀୟ ଥର ପାଇଁ ବିଧାନସଭାରେ ଲୋକଙ୍କ ପାଇଁ ସ୍ବର ଉଠାଇଥିଲେ ପ୍ରଶାନ୍ତ । ଜିଲ୍ଲା ରାଜନୀତିରେ ପ୍ରଶାନ୍ତଙ୍କ ଦବଦବା ଯେତିକି ବଢୁଥିଲା ତାଙ୍କ ଲୋକପ୍ରିୟତା ସେତିକି ଶୀର୍ଷକୁ ଉଠୁଥିଲା  । ବିଜୁ ଜନତା ଦଳରେ ହେଭିଓ୍ବେଟ ଭାବେ ପରିଚିତ ହୋଇସାରିଥିଲେ ପ୍ରଶାନ୍ତ  । ଯେଉଁଥିପାଇଁ ୨୦୧୯ରେ ପ୍ରଶାନ୍ତଙ୍କୁ ପୁଣି ଭରସା କରିଥିଲା ବିଜେଡି  ।

୨୦୧୯ରେ ପ୍ରଶାନ୍ତ ବାଲିକୁଦା-ଏରସମା ପରିବର୍ତ୍ତେ ଜଗତସିଂହପୁର ଆସନରୁ ମଇଦାନକୁ ଓହ୍ଲାଇଥିଲେ । ତାଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଭଳି ଜଗତସିଂହପୁରରେ ମଧ୍ୟ ପ୍ରଶାନ୍ତଙ୍କୁ ଭଲପାଇବା ଅଜାଡ଼ି ଦେଇଥିଲେ ଜନତା  । ପ୍ରତିପକ୍ଷରେ ଥିବା କଂଗ୍ରେସର ହେଭିଓ୍ବେଟ ଚିରଞ୍ଜୀବ ବିଶ୍ବାଳଙ୍କୁ ପରାସ୍ତ କରି ଲୋକଙ୍କ ଭରସା ଜିତିବା ସହିତ ତୃତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ମୁଦୁଲି  । ଲଗାତାର ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକରେ ରହିଛନ୍ତି ପ୍ରଶାନ୍ତ  । ୨୦୨୨ରୁ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଗୁରୁଦାୟିତ୍ବ ତୁଲାଉଛନ୍ତି  । ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦଳ ତରଫରୁ ସୂଚନା ଦେଇ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ପ୍ରଶାନ୍ତ  ।

ଅଧିକାଂଶ ସମୟ ଲୋକଙ୍କ ପାଖରେ ରହି ଜନତାଙ୍କ ବିକାଶକୁ ସର୍ବଦା ଗୁରୁତ୍ବ ଦେଉଛନ୍ତି ପ୍ରଶାନ୍ତ  । କରୋନା ମହାମାରୀ ହେଉ କି ପ୍ରାକୃତିକ ବିପର୍ଯ୍ୟୟ । ସବୁବେଳେ ଜଗତସିଂହପୁରବାସୀଙ୍କର ଛାଇ ସାଜି ସୁରକ୍ଷା ଦେଇଛନ୍ତି  । ସ୍ଥାନୀୟ ଅଞ୍ଚଳରେ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀତା ପାଇଁ ଲୋକ ପ୍ରଶାନ୍ତଙ୍କୁ ବାରମ୍ବାର ଭୋଟ ଦେଇ ନିର୍ବାଚିତ କରୁଛନ୍ତି  ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!