ନୀତୀଶ ଏବଂ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ଉଚିତ୍‌

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ଉଚିତ୍‌। ବୁଧବାର ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ନହେଲା ପର୍ଯ୍ୟନ୍ତ ବିହାର ଏହାର ଖରାପ ରାସ୍ତା, ଦୁର୍ବଳ ସ୍କୁଲ୍ କୋଠା ଆଦି ପାଇଁ ବେଶ୍ ଜଣାଶୁଣା ଥିଲା। କିନ୍ତୁ ନୀତୀଶ ରାଜ୍ୟକୁ ଏକ ନୂଆ ସ୍ତରକୁ ନେଇ ଯାଇଛନ୍ତି। ସେହିପରି ନବୀନ ପଟ୍ଟନାୟକ ଓଡ଼ିଶାକୁ ବହୁ ବର୍ଷ ଧରି ଶାସନ କଲେ। ସେମାନଙ୍କ ଭଳି ନେତାମାନେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପାଇବାକୁ ହକଦାର।

ନୀତୀଶ କୁମାରଙ୍କ ଦଳ ଏବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ଅଛି। ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଏକଦା ଏନ୍‌ଡିଏରେ ଥିଲା। ଗିରିରାଜ ସିଂହ ଆହୁରି କହିଥିଲେ ଯେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଚାଲାକି କାମ କରିବନି। ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍‌ଡିଏ ବିହାରରେ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ।

Post Views20 Total Count

Apply Now


This will close in 0 seconds

error: Content is protected !!