ଛାତ୍ର ସଂସଦ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼​‌ ଘୋଷଣା, କହିଲେ କଲେଜରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ

ଆସନ୍ତା ଶିକ୍ଷା ବର୍ଷରେ ଅନୁଷ୍ଠିତ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ‘ଛାତ୍ର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। କିଛି ହୀନ ଚକ୍ରାନ୍ତ କରି ୨୦୧୮ରୁ ଛାତ୍ର ନିର୍ବାଚନ ବନ୍ଦ କରିଥିଲେ। ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ହେଲେ ପୂର୍ବ ଭଳି କଲେଜ ଏବଂ ବିଶ୍ବ ବିଦ୍ୟାଳୟ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ।

ସେହିପରି ABVP ଅଧିବେଶନରେ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ରାଷ୍ଟ୍ର ପୁନଃ ନିର୍ମାଣ ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୁଅନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ଯୁବ ଶକ୍ତି ସଂଗଠିତ ହୁଅନ୍ତୁ।

Post Views47 Total Count

Apply Now


This will close in 0 seconds

error: Content is protected !!