ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ

ଏବେ ହେବନି ଧାଡ଼ି ଦର୍ଶନ ଟ୍ରାଏଲ ରନ୍ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଚଳିତ ମାସରେ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନର ଟ୍ରାଏଲ୍ ରନ୍ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ପୁରୀରେ ଭିଡ଼ ରହିବ । ସେଥିପାଇଁ ଜାନୁଆରୀ ୨୦ରୁ ୨୨ ତାରିଖ ମଧ୍ୟରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Post Views86 Total Count

Apply Now


This will close in 0 seconds

error: Content is protected !!