ଓଡ଼ିଶାରେ ବଢ଼ିଛି ଅପରାଧ

ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେବା ଦିନରୁ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ବିଜେପିର ସାତ ମାସର ସରକାରରେ ରାଜ୍ୟରେ ଅରାଜକତା, ଅମାନବୀୟ କାଣ୍ଡ ବଢିବାରେ ଲାଗିଛି। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତ ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାର ଉପରେ ବର୍ଷିଛି ବିଜେଡି। ବାଲେଶ୍ବର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନିନ୍ଦା କରିବା ସହ ଭିଡିଓ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ । ଆଦିବାସୀଙ୍କୁ ମାଡ଼ ମାରିଛନ୍ତି ଅଣଆଦିବାସୀ । ରାଜ୍ୟରେ ଚାଲିଛି କଙ୍ଗାରୁ କୋର୍ଟ ବ୍ୟବସ୍ଥା । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ।

ଚଳିତ ଡିସେମ୍ବର ୨୬ ରେ ରେମୁଣାର ମୁଖୁନା ପଂଚାୟତର ଛଣପଣପୁର ଗାଁରେ ଆଦିବାସୀ ମହିଳାଙ୍କୁ ଆକ୍ରମଣ ହୋଇଛି। ଏଭଳି ବର୍ବରକାଣ୍ଡ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଦୁଇ ଜଣ ମହିଳାଙ୍କୁ ଗଛରେ ବାନ୍ଧି ଦୁର୍ବୃତ୍ତ ପିଟୁଥିଲେ। ଜଣେ ଯୁବକ ଦୁଇ ଆଦିବାସୀ ମହିଳା ସୁବସିନୀ ସିଂ ଓ ଅନୁ ସିଂଙ୍କୁ ପିଟିଥିଲେ। ଘରେ ପଶି ଟାଣି ଘୋଷାରି ଲୁଗାପଟା ଛିଡାଇ ଗଛରେ ବାନ୍ଧି ପିଟିଥିଲେ। ଦୁଇ ତିନି ଘଣ୍ଟା ଏଭଳି ଘଟଣା ଚାଲିବା ପରେ ପୁଲିସ ପହଞ୍ଚିଥିଲେ ।

Post Views5 Total Count

Apply Now


This will close in 0 seconds

error: Content is protected !!