ପଦ୍ମ ପୁରସ୍କାର ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା

ପଦ୍ମ ପୁରସ୍କାର ବିଜେତାଙ୍କୁ ସହାୟତା ରାଶି ଦେବେ ରାଜ୍ୟ ସରକାର।ମାସିକ ୩୦ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର ।ଚଳିତ ଜାନୁଆରୀ ମାସଠାରୁ ସହାୟତା ରାଶି ପ୍ରଦାନ କରାଯିବ।ଏନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କ ବିଭିନ୍ନ କ୍ଷେତ୍ରରେ ସମାଜପ୍ରତି ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ରାଜ୍ୟର ସମସ୍ତ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୩୦ ହଜାର ଟଙ୍କା ମିଳିବ। ଡିବିଟି ଜରିଆରେ ଜାନୁଆରୀ ମାସରୁ ଏହା ପ୍ରଦାନ କରାଯିବ।

ଜୀବିତ ପଦ୍ମ ପୁରସ୍କାର ବିଜେତାଙ୍କ ସବିଶେଷ ତଥ୍ୟ ଦେବାକୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦେଶ ପ୍ରଦାନ କରାଯାଇଛି। ସମସ୍ତ ତଥ୍ୟ ଓଡିଆ, ଭାଷା ସାହିତ୍ୟ ଓ ସଂସ୍କୃତି ନିର୍ଦେଶାଳୟକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି। ଭାରତ ରତ୍ନ ପରେ ପଦ୍ମ ପୁରସ୍କାର ହେଉଛି ଦେଶାର ସର୍ବୋଚ୍ଚ ନାଗରିକ ପୁରସ୍କାର। ୧୯୫୪ ମସିହାରେ ପଦ୍ମ ସମ୍ମାନ ପ୍ରଚଳିତ ହୋଇଥିଲା। କଳା ,ବିଜ୍ଞାନ, ଶିକ୍ଷା, କ୍ରୀଡା, ସାମାଜିକ କାର୍ଯ୍ୟ, ଜନସେବା, ଔଷଧ, ସାହିତ୍ୟ ଇତ୍ୟାଦି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ।

Post Views21 Total Count

Apply Now


This will close in 0 seconds

error: Content is protected !!