ଆଜି ଉତ୍କର୍ଷ ଓଡିଶା କନକ୍ଲେଭ୍; ଉଦଘାଟନ କରିବେ ପ୍ରଧାନମନ୍ତ୍ରୀମୋଦି

ଆଜିଠୁ ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହେଉଛି ଦୁଇଦିନିଆ ଶିଳ୍ପ ମହାକୁମ୍ଭ । ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଏ ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ପ୍ରସ୍ତୁତ ଜନତା ମଇଦାନ, ପୂରା ପ୍ରସ୍ତୁତ ଓଡ଼ିଶା। ଶିଳ୍ପ ପ୍ରତିଷ୍ଠା ଲାଗି ଓଡ଼ିଶାରେ ଥିବା ପ୍ରତିଟି ସୁବିଧା ସୁଯୋଗକୁ ନିବେଶକଙ୍କୁ ଜଣାଇବା ଲାଗି କୌଣସି ବିକଳ୍ପ ଛାଡ଼ିନାହାନ୍ତି ରାଜ୍ୟ ସରକାର ।

ସ୍ୱତନ୍ତ୍ର ଥିମ୍ ଏରିଆରେ ପ୍ରଦର୍ଶିତ ହେବ ରାଜ୍ୟରେ ଏମ୍ଏସ୍ଏମ୍ଇ, ପର୍ଯ୍ୟଟନ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ସୁଭଦ୍ରା, ଷ୍ଟାର୍ଟ ଅପ୍, ଦକ୍ଷତା ବିକାଶ ଓ ବୟନ ଶିଳ୍ପ ପାଇଁ ରହିଥିବା ସୁବିଧା ସୁଯୋଗ । ଦୁଇଟି ବିଶାଳ ହଲରେ ରାଜ୍ୟରେ ଗଢ଼ି ଉଠିଥିବା ସବୁ ବଡ଼ ଶିଳ୍ପସଂସ୍ଥା ସମ୍ପର୍କରେ ଜାଣିବାକୁ ପାଇବେ ନିବେଶକ। ୪ଟି ସେସନ୍ ହଲରେ ଅନୁଷ୍ଠିତ ହେବ୧୨ଟି ଶିଳ୍ପକ୍ଷେତ୍ର ଆଧାରିତ ଅଧିବେଶନ। କଣ୍ଟ୍ରି ଅଫ୍ ଫୋକସ୍, ସିଇଓ ରାଉଣ୍ଡଟେବୁଲ ୱିଥ୍ ସିଏମ୍, ୱିମେନ ବିଜନେସ ଲିଡରସିପ୍, ଏଡିଟର୍ସ ରାଉଣ୍ଡଟେବୁଲ ଭଳି ୬ଟି ଥିମ୍ ଅଧିବେଶନ ବି ହେବ।

 

Post Views4 Total Count

Apply Now


This will close in 0 seconds

error: Content is protected !!