ରାଜ୍ୟରେ ଆଜିଠୁ ଦୁଇଦିନିଆ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ସମ୍ମେଳନ ଜନତା ମଇଦାନରେ ଆୟୋଜନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୦: ୩୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଜନତା ମୈଦାନରେ ଆୟୋଜିତ ହୋଇଥିବା କନ୍କ୍ଲେଭକୁ ଉଦ୍ଘାଟନ କରିବେ । ଏଥିସହ ପ୍ରଥମ ଥର ଲାଗି ମେକ୍ ଇନ ଓଡିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସୁଛନ୍ତି । ୨ ଘଣ୍ଟା ପାଇଁ ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ କାରକେଡ୍ ରିହର୍ଶାଲ ଶେଷ ହୋଇଛି ।
ଭୁବନେଶ୍ବରରେ ମୋଦି ୨ ଘଣ୍ଟା ୨୦ମିନିଟ୍ ରହିବେ । ସେଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୁଟ ଲାଇନିଂ ଓ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯାଇଛି । ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୋଟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । ୪୦୦ ରୁ ଉର୍ଦ୍ଧ୍ବ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି । ଆଜି ପୂର୍ବାହ୍ଣ ୧୦ଟା ୩୫ରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ।
ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ରେ ମୋଦୀ ଦିନ ୧୧ଟାରୁ ଅପରାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ରହିବେ । ଏହା ପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ । ଦିନ ୧୨ଟା ୫୫ମିନିଟ୍ରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ସକାଳ ୧୦.୨୫ରୁ ଦିନ ୧୧.୧୦ ପର୍ୟ୍ୟନ୍ତ ଏୟାରପୋର୍ଟ ଛକ ହସ୍ପିଟାଲ ଛକ, ଏଜି ଛକ- ରାଜଭବବନ ଛକ- ପାଓ୍ୱାର ହାଉସ୍ ଛକ-୧୨୦ ବାଟାଲିୟନ ଛକ- ଜୟଦେବ ବିହାର ଛକ-ଜାଭିୟର ଛକ-ନାଲକୋ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ । ସେହିପରି ଅପରାହ୍ନ ୧୨.୨୦ ମିନିଟ୍ରୁ ଅପରାହ୍ନ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକ- ଜାଭିୟର ଛକ- ଜୟଦେବ ବିହାର ଛକ ୧୨୦ ବାଟାଲିୟନ ଛକ- ପାଓ୍ୱାର ହାଉସ୍ ଛକ- ରାଜଭବବନ ଛକ- ଏଜି ଛକ- ହସ୍ପିଟାଲ ଛକ- ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ । ଭୁବନେଶ୍ବରରେ ମୋଦି ୨ ଘଣ୍ଟା ୨୦ମିନିଟ୍ ରହିବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାର କଡାକଡି ଯାଞ୍ଚ କରାଯାଇଛି । ବ୍ଲୁ ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପିଜି ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

