ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ କଂଗ୍ରେସ ସାଂସଦ

ନିଜ ଘରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବସିଥିବା ଜଣେ କଂଗ୍ରେସ ସାଂସଦଙ୍କୁ ଗୁରୁବାର ପୋଲିସ ଉଠାଇ ନେଇଛି। କିଛି ଏହିଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସୀତାପୁର ଅଞ୍ଚଳରେ। ଜଣେ ମହିଳା କଂଗ୍ରେସ ସାଂସଦ ରାକେଶ ରାଠୋରଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୋଲିସ ତାଙ୍କୁ ଅଧା ସାମ୍ୱାଦିକ ସମ୍ମିଳନିରୁ ଉଠାଇ ନେଇଛି।

ସୂଚନା ମୁତାବକ, ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୪ ବର୍ଷ ହେବ ରାକେଶ ସମ୍ପୃକ୍ତ ମହିଳାଙ୍କୁ ଯୌନ ଶୋଷଣ କରିଆସୁଥିଲେ ବୋଲି ମହିଳା ଜଣଙ୍କ ନିକଟରେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ରାକେଶ କୋର୍ଟରେ ଆଗୁଆ ଆଣ୍ଟିସିପେଟ୍ରି ବେଲ ମଧ୍ୟ ଆବେଦନ କରିଥିଲେ। ତେବେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୋ ବେଞ୍ଚ ଗୁରୁବାର ରାକେଶଙ୍କ ଆବେଦନକୁ ଖାରଜ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିବା ନେଇ ସୂଚନା ମିଳିଛି।ଗତକାଲି ଲକ୍ଷ୍ନୋ ହାଇକୋର୍ଟର ଜଷ୍ଟିସ ରାଜେଶ ସିଂ ଚୈହାନଙ୍କ ଜଣିକିଆ ଖଣ୍ଡପିଠ ରାକେଶଙ୍କ ଆଗୁଆ ଜାମିନ ଉପରେ ଶୁଣାଣୀ କରିଥିଲେ। ଏହି ଶୁଣାଣୀରେ ରାକେଶଙ୍କ ଓକିଲ ତାଙ୍କ ସପକ୍ଷରେ କେସ ଲଢିଥିଲେ। ସେ କହିଥିଲେ ଏହି ମାମଲାରେ ତାଙ୍କ ମହକିଲଙ୍କୁ ଫସାଯାଉଛି। ମହିଳାଙ୍କୁ ଯଦି ୪ ବର୍ଷ ତଳେ ଶୋଷଣ କରାଯାଇଥିଲା ସେ ସେବେ ମାମଲା ଦାଏର ନକରି ଏବେ କାହିଁକି ମାମଲା ଦାଏର କରୁଛନ୍ତି ବୋଲି ଓକିଲ ଜଣଙ୍କ କୋର୍ଟରେ ତର୍କ ଦେଇଥିଲେ। ତେବେ ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ରାକେଶଙ୍କୁ ଦୁଇ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।

ମହିଳାଙ୍କ ଅଭିଯୋଗ କ୍ରମେ ଜାନୁଆରୀ ୧୭ ତାରିଖରେ ଉତ୍ତରପ୍ରଦେଶ ପୋଲିସ ରାକେଶଙ୍କ ବରୁଦ୍ଧରେ ଏକ ମାମଲା ଦାଏର କରିଥିଲେ। ମାମଲା ଦାଏର ହବାର ୩ ଦିନ ପରେ କଂଗ୍ରେସ ସାଂସଦଙ୍କ ଓକିଲ ଅରବିନ୍ଦ ମାସଦଲାନ ଓ ଦିନେଶ ତ୍ରିପାଠି ସିତାପୁରରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ଜାନୁଆରୀ ୨୩ ତାରିଖରେ ସୀତାପୁରର ଏମପି-ଏମଲଏ କୋର୍ଟ ରାକେଶଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ।

Post Views2 Total Count

Apply Now


This will close in 0 seconds

error: Content is protected !!