ଭାରତୀୟ ସେନା ବାହିନୀକୁ ୬୭ହଜାର କୋଟି ଟଙ୍କାର ରକ୍ଷା ଚୁକ୍ତିକୁ ଅନୁମୋଦନ

ଭାରତୀୟ ସେନା ବାହିନୀକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ପ୍ରାୟ ୬୭ହଜାର କୋଟି ଟଙ୍କାର ରକ୍ଷା ଚୁକ୍ତିକୁ ଅନୁମୋଦନ କରିଛନ୍ତି ।

ଏହି ଚୁକ୍ତି ଅଧୀନରେ ବ୍ରହ୍ମୋସ ମିସାଇଲ, ବରାକ ମିସାଇଲ ଏବଂ ଅତ୍ୟାଧୁନିକ ଡ୍ରୋନ୍‌ ଆଦି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତିନି ସେନାବାହିନୀ ସ୍ଥଳ, ନୌସେନା ଓ ବାୟୁ ସେନା ପାଇଁ ଯୋଗାଇ ଦିଆଯିବ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦେଶର ସୁରକ୍ଷାକୁ ଆହୁରି ମଜଭୁତ କରିବ ଏବଂ ସ୍ୱଦେଶୀ ରକ୍ଷା ଉତ୍ପାଦନକୁ ପ୍ରୋତ୍ସାହନ ଦେବ ।

Post Views4 Total Count

Apply Now


This will close in 0 seconds

error: Content is protected !!