ଗ୍ୟାସ୍ ଚୁଲା ପାଇଁ ରହିବ ରେଟିଂ

ଏୟାର କଣ୍ଡିସନର ଓ ଅନାନ୍ୟ ବିଦ୍ୟୁତ ଉପକରଣ ଭଳି ଏବେ ଗ୍ୟାସ୍ ଚୁଲା ପାଇଁ ଏନର୍ଜି ଏଫିସିଏନ୍ସି ଷ୍ଟାଣ୍ଡର୍ଡ ହେଲା ବାଧ୍ୟତାମୂଳକ। ଯେପରି ଏସି ପାଇଁ ଷ୍ଟାର ରେଟିଂ  ବାଧ୍ୟତାମୂଳକ, ସେଭଳି ଗ୍ୟାସ୍ ଚୁଲା ପାଇଁ ମଧ୍ୟ ରହିବ ରେଟିଂ।

ମନୋହର ଖଟ୍ଟରଙ୍କ ନେତୃତ୍ବାଧୀନ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଆଣିବାକୁ ଯାଉଛନ୍ତି ଏହି ନୂଆ ଆଇନ। ଶକ୍ତି ସଂରକ୍ଷଣ ଆଇନ ୨୦୦୧ ଅନୁସାରେ ଜାରି ଏହି ନିର୍ଦେଶ, ଘରୋଇ ଶକ୍ତି ଦକ୍ଷତାରେ ସୁଧାର ନେଇ ଚାଲି ଆସିଥିବା ଚେଷ୍ଟାର ଏକ ଅଂଶ। ୧ ଜାନୁଆରୀ ୨୦୨୬ ରୁ ଲାଗୁ କରାଯିବ ଏହ ନୂଆ ନିୟମ।  ଏ ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି  ମଧ୍ୟ ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି, ଭାରତରେ ବ୍ୟବହାର କରାଯାଉଥିବା ସମସ୍ତ ଘରୋଇ ଏଲପିଜି ଷ୍ଟୋଭ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ବା ଆଇଏସ୍‌ ୪୨୪୬ ରେ ସମସ୍ତ ଥର୍ମାଲ ଏଫିସିଏନ୍ସିର ପାଳନ କରିବାକୁ ହେବ। ଏହି ନିର୍ଦେଶ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ବା ବିଇଇର ପରାମର୍ଶରେ ଜାରି କରାଯାଇଛି। ଚୁଲାରେ ଷ୍ଟାର ଲେବଲିଂକୁ ବାଧ୍ୟତାମୂଳକ କରାଯାଇଛି।

Post Views27 Total Count

Apply Now


This will close in 0 seconds

error: Content is protected !!