ଏଣିକି ଆଇଏଏସଙ୍କ ଛୁଟିରେ ଲାଗିବ ଲଗାମ

ଏଣିକି ଆଇଏଏସଙ୍କ ଛୁଟିରେ ଲାଗିବ ଲଗାମ । ଅଧିକାରୀଆଇଏଏସ ଅଧିକାରୀ । ହେଡକ୍ବାର୍ଟର ଛାଡ଼ିବା ପୂର୍ବରୁ ହେଉ ବା କୌଣସି ପ୍ରକାର ଛୁଟି ନେବା ପୂର୍ବରୁ ହେଉ ମୁଖ୍ୟ ଶାସନ ସଚିବଙ୍କୁ ଜଣାଇବେ ଆଇଏଏସ ଅଧିକାରୀ ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶ ଜାରି ହୋଇଛି । କିଛି ଆଇଏଏସ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ନ ନେଇ ଛୁଟିରେ ରହୁଥିବାରୁ ଏପରି ନିର୍ଦେଶ ଜାରି କରାଯାଇଥିବା ଜଣାଯାଇଛି ।

ଖାଲି ସେତିକି ନୁହେଁ ଆଇଏଏସ ଅଧିକାରୀମାନେ ସିଏଲ, ଇଏଲ,ସିସିଏଲ,କମ୍ୟୁଟେଡ ଛୁଟିରେ ରହିବାକୁ ହେଲେ ମୁଖ୍ୟ ସଚିବଙ୍କ ଠାରୁ ଛୁଟି ନେବାକୁ ପଡିବ ବୋଲି ନେର୍ଦ୍ଦେଶରେ ଉଲ୍ଲେଖ ରହିଛି ।

Post Views3 Total Count

Apply Now


This will close in 0 seconds

error: Content is protected !!