ପୁରୀ ରଥଯାତ୍ରାରେ ଠେଲାପେଲା, ଦୁଇ ଭକ୍ତ ମୃତ

ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ଘଟିଛି। ବଡ଼ଦାଣ୍ଡରେ ଠେଲାପେଲାରେ ଜଣେ ଭକ୍ତଙ୍କ ଅଣନିଃଶ୍ବାସୀ ହୋଇ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ‌ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

ମିଳିଥିବା ସୂଚନାନୁସାରେ, ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବା ପରେ ଚାରମାଳ ଫିଟାଯାଇଥିଲା। ଏହି ସମୟରେ ହସ୍‌ପିଟାଲ୍‌ ଠାରୁ ପ୍ରାୟ ୧ କିମି ଦୂର ଛକ ଠାରେ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହିସମୟରେ ଜଣେ ପୁରୁଷ ଓ ମହିଳା ଖସି ତଳେ ପଡ଼ିଯାଇଥିଲେ। ସେମା‌ନଙ୍କ ସହ ଆଖପାଖରେ ଜମା ହୋଇଥିବା ଅନ୍ୟମାନେ ମଧ୍ୟ ରାସ୍ତାର ଗୋଟିଏ କଡ଼କୁ ଚାପି ହୋଇଯାଇଥି‌ଲେ। ଏଥିରେ ଅନେକ ପୁରୁଷ ଓ ମହିଳା ଭକ୍ତ ଖଣିଆଖାବରା ହୋଇଥିଲେ।
ଜଣକୁ ଗରୁତର ଅବସ୍ଥାରେ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ଜଣକ କଟକ ଜିଲ୍ଲର ଅନିଳ ଦାସ ବୋଲି ଶୁଣାଯାଉଛି। ଅନ୍ୟ ଜଣେ ଭକ୍ତଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁଘଟିଛି।  ତେବେ ପ୍ରଶାସନ ପକ୍ଷରୁଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ଖବର ଲେଖାଯିବା ବେଳକୁ ଅନ୍ୟ ଆହତଙ୍କୁ  ଆମ୍ବୁଲାନ୍‌ସ ଯୋଗେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଉଛି। ହସ୍‌ପିଟାଲ୍‌ ପରିସରରେ ସମ୍ପର୍କୀୟଙ୍କ ଗହଳି ଜମିଛି। ପୁଲିସ ପ୍ରଶାସନ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣ କରାଯାଇ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। 

ସୂଚନାଯୋଗ୍ୟ ୨୦୨୫ ଜୁନ୍‌ରେ ରଥଯାତ୍ରା ସମୟରେ ଦେବୀ ସୁଭଦ୍ରାଙ୍କ ପହୁଡ଼ ଖୋଲିବା ପରେ ଶ୍ରୀଜଗନ୍ନାଥଙ୍କ ପହୁଡ଼ ସମୟରେ ଦଳାଚକଟାରେ ୩ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିଲା ଓ ଏକାଧିକ ଆହତ ହୋଇଥିଲା। 

Post Views42 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!