ଏଣିକି ମାଣ୍ଡିଆ, ବାଜରା, ଯଅ ଭଳି ଖାଦ୍ୟ ଶସ୍ୟରୁ ତିଆରି ହେବ ମଦ। ଆଉ ଏହାକୁ ଯେଉଁ କମ୍ପାନୀ ତିଆରି କରିବେ, ସେହି କମ୍ପାନୀକୁ ସବ୍ସିଡି ଯୋଗାଇବେ ରାଜ୍ୟ ସରକାର। ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ହୋଇଛି ମାନସ ମନ୍ଥନ।
ନୂଆ ଅବକାରୀ ନୀତି ନେଇ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ହୋଇଛି ଆଲୋଚନା। ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ବସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ସରକାର। ଏହାଦ୍ବାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ରପ୍ତାନୀ ହେବ ଓଡ଼ିଶା ତିଆରି ମଦ।
ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ। ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବ୍ସିଡି ଯୋଗାଇଦେବେ ରାଜ୍ୟ ସରକାର। ୨୦୨୫-୨୬ ଅବକାରୀ ନୀତିକୁ ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି କିଛି ଯୋଜନା ହୋଇଛି। ଅବକାରୀ ନୀତିର ସ୍ଲୋଗାନ୍ ରହିଛି ‘କମ୍ ପିଅ, କିନ୍ତୁ ଭଲ ପିଅ’।

