ସୁନିତା ୱିଲିୟମ୍ସଙ୍କ ମହାକାଶରୁ ଫେରିବା ଅଟକିଲା

ପୁଣି ଫେରିବାରେ ବିଳମ୍ୱ । ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ୱିଲମୋର ବୁଚଙ୍କର ଫେରିବା ଆହୁରି ବିଳମ୍ବ ହେବ । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍ ହୋଇଛି । ଲଞ୍ଚ ହେବାକୁ ଗୋଟିଏ ଘଣ୍ଟା ଥିଲା । ଏହାପୂର୍ବରୁ ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଛି । ରକେଟ୍ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଫଳରେ ସୁନୀତା ୱିଲିୟମ୍ସଙ୍କ ଫେରିବା ବିଳମ୍ବ ହେବ । ମାର୍ଚ୍ଚ ୧୬ରେ ସୁନୀତା ଓ ୱିଲମୋର ବୁଚ୍‌ ମହାକାଶରୁ ଫେରିଥାନ୍ତେ ।

ସୂଚନା ଥାଉକି, ସୁନୀତା ଏବଂ ୱିଲମୋରଙ୍କ ପୃଥିବୀକୁ ଫେରିବା ଆଶା କ୍ଷୀଣ । ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ଫେରିବାର ଥିଲା । ହେଲେ ଏବେ ସେଥିରେ ବିଳମ୍ୱ ହୋଇଛି । ଯାନ୍ତ୍ରିକ ଅସୁବିଧା ଯୋଗୁଁ, କ୍ରୁ-୧୦ର ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ପଡିଲା। ନାସା କହିଛି ଯେ ହାଇଡ୍ରୋଲିକ୍ ସିଷ୍ଟମରେ ସମସ୍ୟା ଯୋଗୁଁ କ୍ରୁ-୧୦ର ଉତକ୍ଷେପକୁ ସ୍ଥଗିତ ରଖିବାକୁ ପଡିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଥିଲେ । ସେ ଏହି ଦାୟିତ୍ୱ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବି ଦେଇଥିଲେ । ଟ୍ରମ୍ପ କିଛି ଦିନ ପୂର୍ବରୁ କହିଥିଲେ ଯେ ବାଇଡେନ ସୁନୀତା, ୱିଲମୋରଙ୍କୁ ମହାକାଶରେ ଛାଡି ଦେଇଛନ୍ତି। ହେଲେ ସେ ଏଲନ ମସ୍କଙ୍କ ସହ ଏ ବିଷୟରେ କଥା ହୋଇଛନ୍ତି ଶୀଘ୍ର ଫେରାଇ ଆଣିବାକୁ ଉଦ୍ୟମ କରିବେ । ଏହା ପରେ, ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏହି ଦିଗରେ କାମ କରିବା ଆରମ୍ଭ କରିଥିଲା । କ୍ରୁ-୧୦ ଲଞ୍ଚ କରିବାକୁ ଯାଉଥିଲା। ହେଲେ ଯାନ୍ତ୍ରିକ ତ୍ରୁଟି ହେତୁ ଏହାର ଲଞ୍ଚକୁ ପୁଣି ଥରେ ସ୍ଥଗିତ ରଖାଯାଇଛି।

ନାସା ଅନୁଯାୟୀ, ଏବେ କ୍ରୁ-୧୦ର ପରବର୍ତ୍ତୀ ଉତକ୍ଷେପଣ ଗୁରୁବାର ୧୭ ମାର୍ଚ୍ଚରେ ହୋଇପାରେ । ତଥାପି, ଏହି ତାରିଖ ମଧ୍ୟ ସ୍ଥିର ନୁହେଁ ଏବଂ ପାଗ ସମେତ ଅନ୍ୟାନ୍ୟ କାରଣଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। କ୍ରୁ-୧୦ ହେଉଛି ସ୍ପେସଏକ୍ସର ମାନବ ମହାକାଶ ପରିବହନ ପ୍ରଣାଳୀର ରୋଟେସନ୍ ମିଶନ। କହିବାକୁ ଗଲେ ଗତ ବର୍ଷ ଜୁନ୍ ୫ ତାରିଖରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଥିଲେ ସୁନୀତା ଏବେ ବୁଚ୍ ।

ତାଙ୍କର ଗୋଟିଏ ସପ୍ତାହ ପରେ ଫେରିବାର ଥିଲା, କିନ୍ତୁ ବୋଇଂ ଷ୍ଟାରଲାଇନରରେ ସମସ୍ୟା ଯୋଗୁଁ ସେ ସେଠାରେ ଫସି ରହିଲେ। ଉଭୟ ମହାକାଶଚାରୀ ବୋଇଂ ଏବଂ ନାସାର ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନରେ ମହାକାଶକୁ ଯାଇଥିଲେ। ଏହା ପରେ, ତାଙ୍କୁ ଫେରାଇ ଆଣିବା ପାଇଁ ଅନେକ ପ୍ରୟାସ କରାଯାଉଛି।

Post Views19 Total Count

Apply Now


This will close in 0 seconds

error: Content is protected !!