Highlightsରାଜ୍ୟସ୍ୱତନ୍ତ୍ର ଡାଇରିଆ ପ୍ରତି ସତର୍କ ରହିବେ କିପରି ? adminJune 18, 2025 ଡାଇରିଆ ହେଉଛି ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା, ଯାହାର ମୂଳ କାରଣ ହେଉଛି ଅପରିଷ୍କାର ଜଳ ବା ଖାଦ୍ୟ ଦ୍ୱାରା ଶରୀରରେ ରୋଗଜନକ ଜୀବାଣୁ ପ୍ରବେଶ କରିବା। ଏହି ରୋଗରେ ମାନବ ଶରୀର ଦ୍ରୁତ ଗତିରେ ପାଣି ଓ ଲବଣ ହାରାଏ, ଯାହା ଶୋଷଣ ହୋଇ ଡିହାଇଡ୍ରେସନର ଦିଗକୁ ନେଇଯାଏ। ଏହାକୁ ଦୂରେଇ ରଖିବା ପାଇଁ କିଛି ସରଳ କିନ୍ତୁ ପ୍ରଭାବଶାଳୀ ସତର୍କତା ଅନୁସରଣ କରିବା ଅତ୍ୟନ୍ତ ଆବଶ୍ୟକ। ପ୍ରଥମେ, ସବୁବେଳେ ଶୁଦ୍ଧ ଓ ଫିଲ୍ଟର କରାଯାଇଥିବା ପାଣି ପିଇବା ଜରୁରୀ। ତାସହିତ ଖାଦ୍ୟ ଖାଇବା ପୂର୍ବରୁ ଓ ଶୌଚାଳୟ ବ୍ୟବହାର ପରେ ହାତ ସାବୁନ ଦ୍ୱାରା ଭଲ ଭାବରେ ଧୁଅନ୍ତୁ। ଖାଦ୍ୟ ସର୍ବଦା ଭଲଭାବେ ଢାଙ୍କି ରଖାଯିବା ଦରକାର। ରାସ୍ତାଘାଟର ଅପରିଷ୍କାର ଖାଦ୍ୟ ଖାଆନ୍ତୁ ନାହିଁ । ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ପରିବେଶ ସଫାସୁତୁରା ରଖିବା ମଧ୍ୟ ଡାଇରିଆ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଯଦି ଡାଇରିଆ ଆରମ୍ଭ ହୁଏ, ତେବେ ଶରୀରର ଜଳ ଓ ଲବଣ ସନ୍ତୁଳନ ବଜାୟ ରଖିବା ପାଇଁ ORS ଓ ପାଣି ର ନିୟମିତ ସେବନ କରିବା ଉଚିତ। ଲକ୍ଷଣ ଗୁଡିକ ଅଧିକ ଗମ୍ଭୀର ରୂପ ଧାରଣ କରିଲେ ବିଳମ୍ବ ନ କରି ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ। ସମୟରେ ସଚେତନତା ଓ ସତର୍କତା ଡାଇରିଆ ପରି ଜୀବନ ଘାତି ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିପାରେ। ଶିଶୁମାନେ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିମାନେ ଏହି ରୋଗ ପାଇଁ ବେଶି ସେନ୍ସିଟିଭ୍, ସେହିପାଇଁ ସେମାନଙ୍କୁ ସବୁବେଳେ ପୁରିଷ୍କାର ପାଣି, ଗରମ ଖାଦ୍ୟ ଓ ସମୟରେ ORS ବା ଲେମୁପାଣି ଦେବା ଉଚିତ । ଯଦି ଡାଇରିଆ ହୋଇଯାଏ ତେବେ ଶରୀରର ଜଳସଂଚୟ ଧାରଣ କରିବା ପାଇଁ ପ୍ରଚୁର ପାଣି, ORS ଓ ଲବଣ-ଚିନି ମିଶ୍ରିତ ପାଣି ପିଇବା ଜରୁରୀ । ଅଧିକ ଦିନ ଚାଲିଥିବା ଲକ୍ଷଣ, ଝାଡାରେ ରକ୍ତ, ଅତ୍ୟଧିକ ଦୁର୍ବଳତା ବା ଜ୍ୱର ଥିଲେ ଡେରି ନକରି ଡାକ୍ତରଙ୍କ ସହଯୋଗ ନିଅନ୍ତୁ । ସମୟରେ ଚିକିତ୍ସା ଏବଂ ସତର୍କତା ଦ୍ୱାରା ଏହି ଜନସାଧାରଣ ରୋଗକୁ ରୋକିପାରିବା ସମ୍ଭବ । 🔹 ସବୁବେଳେ ଶୁଦ୍ଧ ପାଣି ପିଅନ୍ତୁ।🔹 ଖାଦ୍ୟ ଖାଇବା ପୂର୍ବରୁ ହାତ ଧୁଅନ୍ତୁ।🔹 ରାସ୍ତାଘାଟର ଖାଦ୍ୟଠୁ ଦୂରେଇ ରୁହନ୍ତୁ।🔹 ପୁରିଷ୍କାର ଜଳ ବ୍ୟବହାର କରନ୍ତୁ।🔹 ବ୍ୟାକ୍ଟେରିଆ ରୋକିବା ପାଇଁ ଖାଦ୍ୟକୁ ଭଲଭାବେ ରାନ୍ଧନ୍ତୁ।🔹 ଜରୁରୀ ସ୍ଥିତିରେ ORS ଓ ପାଣି ପିଅନ୍ତୁ। ଲକ୍ଷଣ ଥିଲେ ଡାକ୍ତରଙ୍କ ସହଯୋଗ ନିଅନ୍ତୁ, ସମୟରେ ଚିକିତ୍ସା ଅତ୍ୟାବଶ୍ୟକ। 73 Total Count
ପ୍ରୟାଗରାଜ କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଯୋଗୀଙ୍କ ଆମନ୍ତ୍ରଣ ପ୍ରୟାଗରାଜ ମହାକୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆମନ୍ତ୍ରଣ। ନିମନ୍ତ୍ରଣ ପତ୍ର ପଠାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।… December 8, 2024
କେରଳ ଛୁଇଁଲା ମୌସୁମୀ ବାୟୁ ବଦଳିଲା ପାଗର ମିଜାଜ୍। ଅପେକ୍ଷାର ଅନ୍ତ ଘଟାଇ କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ… June 4, 2026
ଓଡ଼ିଆ ନିରାମିଷ ଖାଦ୍ୟର ମଜା ନେଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାତ୍ରୀ ଭୋଜନ କରିଛନ୍ତି । ସେଠାରେ… November 30, 2024