ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ । ୯ ଦଫା ଦାବୀ ନେଇ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ- UFBU । UFBU ଆହ୍ଵାନରେ ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି ।
*ପର୍ଯ୍ୟାପ୍ତ ନିଯୁକ୍ତି
*ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା
*୫ ଦିନିଆ କାର୍ଯ୍ୟ ସପ୍ତାହ
*PLI ନେଇ DFSଙ୍କ ନିର୍ଦ୍ଦେଶାବଳୀ ପ୍ରତ୍ୟାହାର
*ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା
*ରାଷ୍ଟ୍ରାୟତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦବୀ ପୂରଣ
*ଗ୍ରାଚୁଇଟି ଆଇନରେ ସଂଶୋଧନ
*IDBI ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା
ଏଭଳି ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ । ଏହି ଧର୍ମଘଟରେ କେବଳ ଆମ ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛି UFBU ଓଡ଼ିଶା ଶାଖା ।
ଏହି ସମୟରେ ବ୍ୟାଙ୍କିଙ୍ଗ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହେବ । ଅନ୍ୟପକ୍ଷରେ ମାର୍ଚ୍ଚ ୨୨ ଓ ୨୩ ତାରିଖ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ ସେବା ।

