ଓମାର ଅବଦୁଲ୍ଲା ହେବେ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ

କେନ୍ଦ୍ର ଶାସିତ ଅଞ୍ଚଳର ଜମ୍ମୁ-କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ ନ୍ୟାଶନାଲ କନଫରେନ୍ସର ସଭାପତି ତଥା ସାଂସଦ ଫାରୁକ ଅବଦୁଲ୍ଲାଙ୍କ ପୁଅ ଓମାର ଅବଦୁଲ୍ଲା।

ଦୀର୍ଘ ୧୦ ବର୍ଷ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏନସି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ଯାଉଛନ୍ତି। ଉଭୟ ଦଳ ମିଳିତ ଭାବେ ୯୦ ବିଧାନସଭା ଆସନରୁ ପ୍ରାୟ ୫୦ଟିରେ ଜିତିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି।

ଏପରି ସ୍ଥିତିରେ ଜମ୍ମୁ-କଶ୍ମୀରରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ହେଲେ ଏହା ଉପରୁ ଫାରୁକ ପରଦା ଉଠାଇଛନ୍ତି। ସେ କହିଛନ୍ତି, “ଲୋକମାନେ ଜନାଦେଶ ଦେଇଛନ୍ତି। ୨୦୧୯ ଅଗଷ୍ଟ ୫ରେ ନିଆଯାଇଥିବା ନିଷ୍ପତ୍ତି(ଧାରା ୩୭୦ ଉଚ୍ଛେଦ)କୁ ସେମାନେ ଗ୍ରହଣ କରୁ ନଥିବା ପ୍ରମାଣ କରି ଦେଖାଇଛନ୍ତି। ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।”
୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ବିଜେପି ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମଥର ଭୋଟ ହୋଇଥିଲା। ଏଥିରେ ନ୍ୟାଶନାଲ କନଫରେନ୍ସ ଓ କଂଗ୍ରେସ ବିଜୟୀ ହେବାକୁ ଯାଉଛନ୍ତି। ବିଜେପି କେବଳ ୨୨ରୁ ୨୫ଟି ଆସନ ଜିତିପାରେ ବୋଲି ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତିରୁ ଆକଳନ କରାଯାଉଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!