ଜାଣନ୍ତୁ ମହାଶୂନ୍ୟରେ କିପରି ଜୀବନ ବିତାଇଥିଲେ ସୁନୀତା

୮ଦିନ ପାଇଁ ଯାଇ ମହାକାଶରେ ୯ମାସ ମହାକାଶରେ ଫସି ରହିଥିଲେ ସୁନୀତା ୱିଲିୟମ୍ସ ତାଙ୍କ ସହଯୋଗୀ ବୁଚ୍ ୱିଲମୋର। ୯ମାସ ସୁନୀତାଙ୍କ ପାଇଁ ଥିଲା କଠିନ ଯାତ୍ରା। ତେବେ ୮ ଦିନ ପାଇଁ ପ୍ରସ୍ତତି କରି ଯାଇଥିବା ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ମହାଶୂନ୍ୟରେ କ’ଣ ଖାଉଥିଲେ, କ’ଣ ପିଉଥିଲେ ଓ କିପରି ରହୁଥିଲେ ଆସନ୍ତୁ ସେ ବିଷୟରେ ଜାଣିବା।

ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ। ବ୍ରେକଫାଷ୍ଟରେ ଗହମଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର ଖାଉଥିଲେ ବୋଲି ସୂଚନା ମିଳିଛି। ଏଥିସହ ପିଜା, ଫଳ,ଓ ପନିପରିବା ଖାଉଥିଲେ ସୁନୀତା। ସ୍ପେସ୍ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ଥିଲା। ମ୍ୟାଗନେଟିକ୍ ଟ୍ରେରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ ସୁନୀତା ଓ ତାଙ୍କ ସହଯୋଗୀ ।

Post Views72 Total Count

Apply Now


This will close in 0 seconds

error: Content is protected !!