ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଖୋଲିବ କି ଗୁମର। ଗତକାଲି କ୍ରାଇମବ୍ରାଞ୍ଚର ୨ଟିମ୍ ନବଙ୍କ ଝାରସୁଗୁଡ଼ାସ୍ଥିତ ଘରକୁ ଯାଇ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରି ଫେରିଥିବା ବେଳେ ଆଜି ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ଼ କରିଛି।
ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ନବ କେତେବେଳେ ଏୟାରଲିଫ୍ଟ ହୋଇଥିଲେ? ଏୟାରଲିଫ୍ଟ ବେଳେ କିଏ ରହିଥିଲେ, ସେହି ସମୟର ସିସିଟିଭି ଅଛି କି? ନବଙ୍କ ସହ ଏୟାରଲିଫ୍ଟ ବେଳେ ପରିବାର ସଦସ୍ୟ କିଏ କିଏ ଥିଲେ, ତାଙ୍କ ସହ କେଉଁ ଡାକ୍ତର ଆସିଥିଲେ? ସେହି ସମୟରେ କେଉଁ ପ୍ରକାର ମେଡିକାଲ ଫାସିଲିଟି ଦିଆଯାଇଥିଲା? ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

