ଏପ୍ରିଲ୍‌ ପହିଲାରୁ ବଡ଼ ପରିବର୍ତ୍ତନ, ଗ୍ରାହକଙ୍କ ଉପରେ ପଡ଼ିପାରେ ପ୍ରଭାବ

ଆସନ୍ତା ଏପ୍ରିଲ୍‌ ମାସରୁ ଆପଣଙ୍କ ଜୀବନଶୈଳୀ ସହ ଜଡିତ କେତେକ ପରିବର୍ତ୍ତନ ହେବାକୁ ଯାଉଛି । ଆଉ ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ଏପ୍ରିଲ୍‌ ପହିଲାଠାରୁ ଦେଶରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ନୂଆ ଆର୍ଥିକ ବର୍ଷ ୨୦୨୫-୨୬ ଏପ୍ରିଲ୍‌ରେ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ତେବେ ଆଜି ୨୦୨୪-୨୦୨୫ର ଆର୍ଥିକ ବର୍ଷ ଶେଷ ହେଉଛି। ତେବେ, ଚାଲନ୍ତୁ ଜାଣିବା ଏହି ମଙ୍ଗଳବାରଠାରୁ କେଉଁ ସବୁ ଜିନିଷରେ ପରିବର୍ତ୍ତନ ଆସିବ।

ୟୁନାଇଟେଡ ପେମେଣ୍ଟ୍‌ସ ଇଣ୍ଟରଫେସ୍ (ୟୁପିଆଇ) ର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) କେତେକ ନୂଆ ନିୟମ ଆସନ୍ତା ପହିଲାରୁ ଲାଗୁ କରିବ ଏହାଦ୍ଵାରା ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ ୟୁପିଆଇ ସହ ସଂଯୋଜିତ ହୋଇଥିବା ନିଷ୍କ୍ରିୟ ନମ୍ବରଗୁଡିକୁ ବାଦ୍ ଦେବା ପାଇଁ ଏନ୍‌ପିସିଆଇ ପକ୍ଷରୁ ବ୍ୟାଙ୍କ ସମେତ ଫୋନପେ, ଗୁଗୁଲ୍‌ ପେ ସଂସ୍ଥାକୁ କୁହାଯାଇଛି ।

ଆୟକର ନିୟମରେ ହେବ ପରିବର୍ତ୍ତନ…
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରୀ ୧ରେ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଥିଲେ । ଏଥିଯୋଗୁ ନୂଆ ଟିକସ ସ୍ଲାବ୍ ଏବଂ ହାର କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ରିଡକ୍ସନ ମିଳିବ । ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ ।

କ୍ରେଡିଟ୍ କାର୍ଡ ନିୟମରେ ହେବ ପରିବର୍ତ୍ତନ…
କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବା ସହ ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ ।
ୟୁପିଏସ୍‌ରେ ହେବ ପରିବର୍ତ୍ତନ…
୨୦୨୪ ଅଗଷ୍ଟରେ ସରକାର ୟୁପିଏସ୍ (ୟୁନିଫାଏଡ୍ ପେନସନ୍ ସ୍କ୍ରିମ୍) ଘୋଷଣା କରିଥିଲେ । ଆସନ୍ତା ଏପ୍ରିଲ ପହିଳାରୁ ପୁରୁଣା ପେନସନ୍ ସ୍କ୍ରିମ୍ (ଓପିଏସ୍) ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ । ଏହାର ପ୍ରଭାବ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବା ଏହି ନିୟମ ଅନୁଯାୟୀ, ଅତିକମ୍‌ରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦% ପେନ୍‌ସନ୍ ପାଇବେ ।

 

ବଦଳିଯିବ ଜିଏସ୍‌ଟି ନିୟମ

ଏପ୍ରିଲ ପହିଲାରୁ ଜିଏସ୍‌ଟି ନିୟମ ବଦଳିଯିବ । ନିଏସ୍‌ଟି ପୋର୍ଟାଲରେ ମଲ୍ଟି, ଫ୍ୟାକ୍ଟରରେ ଅଥେଣ୍ଟିକେସନ୍ (ଏମ୍ଏଫ୍)କୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ। ଉତ୍ତମ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍ ପାଇଁ ଇ-ୱେବିଲ୍‌ ସୃଷ୍ଟି କରାଯାଇ ପାରିବ ।

ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା ରାଶିରେ ମଧ୍ୟ ପରିବର୍ତ୍ତନ ହେବ…ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ । ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।

Post Views6 Total Count

Apply Now


This will close in 0 seconds

error: Content is protected !!