କେଉଁ ଘରେ କେତେ ଟନ୍ AC ଲଗାଇବା ଉଚିତ ଜାଣନ୍ତି କି?

ବଢୁଛି ତାତି। ରାଜ୍ୟରେ ଗରମରୁ ଟିକି ନିସ୍ତାର ପାଇବା ପାଇଁ ଲୋକେ ନାନା ଉପାୟ ଆପଣାଉଛନ୍ତି। କିଏ କୁଲର ଲଗାଉଛି ତ କିଏ ଘରେ ଏସି ଫିଟ୍‌ କରୁଛି। ଏସି କିଣିବା ବେଳେ ଆମେ ପ୍ରଥମ ଚିନ୍ତା କରୁ କେତେ ଟନ୍ ଏସି ନେବା ଉଚିତ? ଏସିରେ ଥିବା ଏହି ଟନର ଅର୍ଥ କଣ ଜାଣନ୍ତି ? ଟନ୍ ହେଉଛି ଏକ ୟୁନିଟ୍ ଯାହା ଶୀତଳ କ୍ଷମତାକୁ ସୂଚିତ କରେ । ଏହା ପ୍ରତି ଘଣ୍ଟାରେ ବ୍ରିଟିଶ ତାପଜ ୟୁନିଟରେ ମାପ କରାଯାଏ । ଏହା ସାଧାରଣତଃ BTU / ଘଣ୍ଟା ଭାବରେ ପ୍ରକାଶ କରାଯାଇଥାଏ । ଏୟାର କଣ୍ଡିସନର ପାଇଁ BTU, ୫୦୦୦ ରୁ ୨୪୦୦୦ BTU ଏବଂ ୧୨୦୦୦ BTU ୧ ଟନ୍ ସହିତ ସମାନ।
-ଯଦି ଆପଣଙ୍କ ରୁମର ଆକାର ୧୫୦ ବର୍ଗଫୁଟ ପର୍ଯ୍ୟନ୍ତ, ତେବେ ୧ ଟନ ଏସି ଆପଣଙ୍କ ପାଇଁ ଠିକ୍ ହେବ।
-ଯଦି ଆପଣଙ୍କ ରୁମର ଆକାର ୧୫୦ ରୁ ୨୫୦ ବର୍ଗଫୁଟ ମଧ୍ୟରେ ଥାଏ, ତେବେ ୧.୫ ଟନ୍ ଏସି ଆପଣଙ୍କ ପାଇଁ ଠିକ୍ ହେବ ।
-ଯଦି ରୁମର ଆକାର ୨୫୦ ରୁ ୪୦୦ ବର୍ଗଫୁଟ ମଧ୍ୟରେ ଥାଏ, ତେବେ ୨ ଟନ୍ ଏସି ଠିକ୍ ହେବ ।
-ଯଦି ଏହା ୪୦୦ ରୁ ୬୦୦ ବର୍ଗଫୁଟ, ତେବେ ୩ ଟନ୍ ଏସି ଆବଶ୍ୟକ ହେବ।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!