ବାପାଙ୍କୁ କରାଗଲା ହତ୍ୟା, ପ୍ରତିଶୋଧ ନୁହେଁ ନ୍ୟାୟ ଦେବା ଲକ୍ଷରେ ପୁଅ ଆଜି IPS

ହାତରେ ଆଉ ୭ ଦିନ। ମୁଣ୍ଡ ଉପରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ଚିନ୍ତା। ସାମ୍ନାରେ ବାପାଙ୍କ ମର ଶରୀର। ମାଆ କାନ୍ଦା କାନ୍ଦି କହୁଛନ୍ତି ବାପାଙ୍କୁ ଥରେ ଦେଖ। ତାଙ୍କ ହତ୍ୟାକାରୀକୁ ଏବେ କେମିତି ଶାସ୍ତି ମିଳିବ। ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି କରୁଥିବା ପୁଅ ସତେବେଳେ କେଉଁଠି ନା କେଉଁଠି ମନରେ ସଂକଳ୍ପ ନେଇ ସାରିଥିଲା। ବାପାଙ୍କ ହତ୍ୟାକାରୀକୁ ଦଣ୍ଡ ଏବଂ ପରିବାରକୁ ନ୍ୟାୟ ଦେବାର ଅଛି। ବାପାଙ୍କ ମୃତ୍ୟୁର ୭ ଦିନ ପରେ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷ ଦେବାକୁ ପହଞ୍ଚିଲେ ଏବଂ ପ୍ରିଲିମ୍‌ରେ ପାସ୍ କଲେ। ଯୁବକ ଜଣଙ୍କ ହେଲେ ମଧ୍ୟପ୍ରଦେଶର ଆଇପିଏସ୍ ବଜରଙ୍ଗ ପ୍ରସାଦ। ଆଜି ତାଙ୍କ କାହାଣୀ ଜାଣିବା।
ବାହାଦୁରପୁର ଧୋବତ୍ ଗାଁର ବାସିନ୍ଦା ବଜରଙ୍ଗ ପ୍ରସାଦ। ୨୦୨୨ରେ ୪୫୪ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିଲେ। ଏବଂ Ips ହୋଇଥିଲେ। ୨୦୧୬ ରେ ସେ ଉର୍ମିଲା ଏଜୁକେସନାଲ୍ ଏକାଡେମୀରୁ ପାସ୍ କରିଥିଲେ ଏବଂ ସ୍କୁଲ୍ର ଟପ୍ପର ଥିଲେ। ଗାଁ କଲେଜ୍ରେ ଗ୍ରଜୁଏସନ୍ ପରେ ବଜରଙ୍ଗ ଦିଲ୍ଲୀ ଯାଇ ଦ୍ରଷ୍ଟୀ ଏବଂ ଭିଜନ ଆଇଏଏସରୁ କୋଚିଂ ଆରମ୍ଭ କରିଥିଲେ। ଦ୍ୱିତୀୟ ପ୍ରୟାସରେ ସେ କଠିନ ପରିଶ୍ରମ କରି ସେ UPSC କ୍ରାକ୍ କଲେ।
ତେବେ ସିଭିଲ୍ ସର୍ଭିସ ପାଇଁ ବଜରଙ୍ଗଙ୍କୁ ପ୍ରେରଣା ବାପାଙ୍କ ଠାରୁ ମିଳିଛି। ଗାଁରେ ଯେତେବେଳେ କୌଣସି ପ୍ରକୃତିକ ବିପର୍ଯ୍ୟୟରେ କ୍ଷୟକ୍ଷତି ହେଉଥିଲେ। କିମ୍ବା ଗରିବ କି ଚାଷୀ କୌଣସି ଅସୁବିଧାର ସାମ୍ନା କରୁଥିଲେ ସେ ବାପାଙ୍କୁ ପଚାରୁଥିଲେ । ଏ ସବୁ ସମସ୍ୟାର ସମାଧାନ କିଏ କରିବ। ବାପା କହୁଥିଲେ ଡିଏମ୍ ପଦରେ ଜଣେ କ୍ୟାପଟେନ୍ ଅଛନ୍ତି, ସେମାନେ କରିବେ। ବଜରଙ୍ଗ ଯେତେବେଳେ ପଚାରୁଥିଲେ ଡିଏମ୍ କେମିତି ହୁଅନ୍ତି। ବାପା କହୁଥିଲେ ଏଇ ପିଲାମାନଙ୍କ ଭିତରୁ ଯେ ପଢନ୍ତି ସେମାନେ ଡିଏମ୍ ହୁଅନ୍ତି। ସେବେଠୁ କେଉଁଠି ନା କେଉଁଠି ଡିଏମ୍ ହେବାର ଏବଂ ଲୋକଙ୍କ ପାଇଁ କାମ କରିବାର ସ୍ବପ୍ନ ଦେଖିଥିଲେ ବଜରଙ୍ଗ। ୨୦୨୦ରେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ବାପାଙ୍କର ହତ୍ୟା କରାଗଲା। ଘରର ମେରୁଦଣ୍ଡଙ୍କୁ ଯେତେବେଳେ ହତ୍ୟା କରାଗଲା ସେତେବେଳେ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଥିଲା। ସେ ସମୟରେ ବଜରଙ୍ଗଙ୍କ ମାଆ ତାଙ୍କୁ କାନ୍ଦି କାନ୍ଦି କରିଥିଲେ, ବାପାଙ୍କୁ ହତ୍ୟା କରାଗଲା ଏହାର ନ୍ୟାୟ ଦରକାର। ସେତେବେଳେ ବଜରଙ୍ଗ ତ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରୁଥିଲେ। କିନ୍ତୁ ଏଥିରେ ଯୋଗଦେବାର ଇଚ୍ଛା ତାଙ୍କର ବଢିବାରେ ଲାଗିଲା। ପ୍ରଥମ ପ୍ରୟାସରେ ସେ ବିଫଳ ହେବାପରେ ୨୦୨୨ରେ ଦ୍ବିତୀୟ ପ୍ରୟାସରେ ଏଥିରେ ସଫଳ ହେଲେ। ଏବେ ଆଇପିଏସ୍ ଥିବା ବେଳା ଆଗକୁ ଆହୁରି ପରୀକ୍ଷା ଦେଇ ସେ ଆଇଏଏସ୍ ହେବାର ଲକ୍ଷ ରଖିଛନ୍ତି।
UPSC ସଫଳ ପ୍ରାର୍ଥୀ ବଜରଙ୍ଗ ପ୍ରସାଦ ଯାଦବ କହିଛନ୍ତି ଯେ କଠିନ ପରିଶ୍ରମ, ଅନୁଶାସନ ଏବଂ ଧୈର୍ଯ୍ୟ ହେଉଛି ମୋର ସଫଳତାର ମୁଖ୍ୟ ମନ୍ତ୍ର, ଯେକୈ ଣସି ପ୍ରାର୍ଥୀ ଏହି ତିନୋଟି ମନ୍ତ୍ର ଅନୁସରଣ କରି ସଫଳତା ହାସଲ କରିପାରିବେ |

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!