ଶଙ୍ଖ, ପଦ୍ମକୁ ବୁଡାଇବ ହିଂମାଶୁଙ୍କ ବାଲଟି

ଧର୍ମଶାଳାରେ ମାଟି କାମୁଡିବେ କି ବିଜେପି ଓ ବିଜେଡି ? ଫୁଲ ଓ ଶଙ୍ଖକୁ ବୁଡେଇ ଦେବ କି ବାଲଟି ? ଯାଜପୁର ସଂସଦୀୟ କ୍ଷେତ୍ର ଅଧୀନ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଏବେ ସବୁ ରାଜନୈତିକ ଦଳର କଡ଼ା ନଜର । କାରଣ ଏହି ଆସନରେ ବିଜେପି ଓ ବିଜେଡିକୁ ନେଇ ଯେତିକି ଚର୍ଚ୍ଚା ହେଉନି, ଚର୍ଚ୍ଚା ହେଉଛି ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ନେଇ । ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓ୍ହହ୍ଲାଇ ଶାସକ ବିଜେଡି ଓ ବିଜେପିର ନିଦ ହଜାଇଦେଇଛନ୍ତି ହିଂମାଶୁ । ବାଲଟି ଚିହ୍ନରେ ନିର୍ବାଚନ ଲଢିବାକୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଲୋକ କୁହାକୁହି ହେଉଛନ୍ତି ଏଥର ହିଂମାଶୁ ହିଁ ହେବେ ଧର୍ମଶାଳାର ସିକନ୍ଦର ।

ଧର୍ମଶାଳାର ହିମାଂଶୁ ଶେଖର ସାହୁ ଏକଦା ବିଜେଡିରେ ଥିଲେ ଓ ପରବର୍ତ୍ତୀ ସମୟରେ ଭାଜପାରେ ମିଶିଥିଲେ । ସେ ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବିଜେପିରୁ ଟିକେଟ ଆଶାୟୀ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଦଳ ସ୍ମୃତିରେଖା ପହିକୁ ବାଢି ହିଂମାଶୁଙ୍କୁ ନିରାଶ କରିଥିଲା । ଟିକେଟ କଚିବା ପରେ ଜମାରୁ ଆଡଜଷ୍ଟ ମୁଡରେ ନଥିଲେ ହିଂମାଶୁ । ଦଳୀୟ ବିଜେପି କାର୍ଯ୍ୟଳଯରେ ପ୍ରଥମେ ହଙ୍ଗାମା କରିବାର ସାହସ କରିଥିଲେ । ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହିମାଂଶୁ ଶେଖର ସାହୁ ଓ ତାଙ୍କ ସମର୍ଥ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରେ ହଙ୍ଗାମା କରିଥିଲେ। କାର୍ଯ୍ୟାଳୟ ଭିତରେ ପଶି ହୋ-ହଲ୍ଲା କରିଥିଲେ। ସ୍ମୃତିଙ୍କ ବଦଳରେ ହିମାଂଶୁଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖରେ ଦାବି କରିଥିଲେ। ହେଲେ ସବୁଠୁ ନିରାଶ ହେବାପରେ ସ୍ବାଧୀନ ଲଢିବାକୁ ସେ ନିଷ୍ପତ୍ତି ନେଇଥିଲେ ।

ଏବେ ଧର୍ମଶାଳା ନିର୍ବାଚନମଣ୍ଡଳୀର ଭୋଟ ଅଙ୍କକୁ ହିଂମାଶୁ ବିଗାଡ଼ିି ଦେବେ ବୋଲି କୁହାଯାଉଛି।
ଧର୍ମଶାଳା ନିର୍ବାଚନମଣ୍ଡଳୀରେ ହିମାଂଶୁଙ୍କୁ ଭାଜପା ଟିକେଟ ନ ଦେଇ ସ୍ମୃତିରେଖା ପହିଙ୍କ ଉପରେ ଭରସା କରିଛି। ଏହା ସତ୍ତ୍ୱେ ହିମାଂଶୁ ମଇଦାନ ଛାଡ଼ିନାହାନ୍ତି । ହିମାଂଶୁ ଶକ୍ତି ପ୍ରଦର୍ଶନ ବିଭିନ୍ନ ସଭାସମିତି, ଶୋଭାଯାତ୍ରାରେ ପ୍ରତିଫଳିତ ହୋଇସାରିଛି । ତାଙ୍କ ପ୍ରତି ରହୁଥିବା ଜନସମର୍ଥନ ଧର୍ମଶାଳା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି। ସ୍ବାଧୀନ ପ୍ରାର୍ଥୀମାନେ ଭୋଟ ଅଙ୍କକୁ ଓଲଟପାଲଟ କରିଦେବେ ବୋଲି କୁହାଯାଉଥିବାବେଳେ ବିରୋଧୀ ପ୍ରାର୍ଥୀମାନଙ୍କୁ ଏଥିରୁ କେତେ ଫାଇଦା ମିଳୁଛି ତାକୁ ଦେଖିବାକୁ ବାକି ରହିଲା। ତେବେ ହିମାଂଶୁ ଆଗାମୀ ଦିନରେ ବିଜେଡି ପ୍ରାର୍ଥୀ ପ୍ରଣବ କୁମାର ବଳବନ୍ତରାୟଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି।

 

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!