ବନ୍ଦ୍‌ ହେ‌ଲା ଜ୍ୟୋତିଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌

ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ହରିୟାଣା ପୁଲିସ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରିଥିଲା। ଏବେ ଜ୍ୟୋତିଙ୍କ ବିରୋଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏବେ ଜ୍ୟୋତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଜଣାପଡିଛି ଯେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନିଲମ୍ବନ କରାଯାଇଛି। ହେଲେ ଏପର୍ଯ୍ୟନ୍ତ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ପୂର୍ବ ପରି ବଳବତ୍ତର ରହିଛି। ଆପଣ ଏବେ ଜ୍ୟୋତିଙ୍କ ଆକାଉଣ୍ଟ୍‌କୁ କ୍ଲିକ୍‌ କଲେ ସେଥିରେ ‘ଦୁଃଖିତ ଏହି ପୃଷ୍ଠା ଉପଲବ୍ଧ ନାହିଁ’ ଲେଖା ଦେଖିବାକୁ ମିଳିବ।

ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ଜ୍ୟୋତି ତାଙ୍କ ଭିଡିଓ ମାଧ୍ୟମରେ ପାକିସ୍ତାନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି।ପୁଲିସ ସୂତ୍ରରୁ ପ୍ରକାଶ, ହରିୟାଣାର ହିସାରର ବାସିନ୍ଦା ଜ୍ୟୋତିଙ୍କ ‘ଟ୍ରାଭେଲ୍ ୱିଥ୍ ଜୋ’ ୟୁଟ୍ୟୁବ ଚ୍ୟାନେଲ ରହିଥିବା ସହିତ ଏଥିରେ ତାଙ୍କର ୩,୭୭,୦୦୦ଜଣ ଅନୁଗାମୀ ରହିଛନ୍ତି।

ଜ୍ୟୋତିଙ୍କ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ (ଓଏସଏ) ଏବଂ ଭାରତୀୟ ଦଣ୍ଡ ସଂହିତାର ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜ୍ୟୋତିଙ୍କୁ କୋର୍ଟରେ ହାଜର କରାଯାଇ ୫ ଦିନ ପାଇଁ ରିମାଣ୍ଡରେ ରଖାଯାଇଛି। ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତିଙ୍କ ରୋଜଗାର ଓ ସେ କେତେ ସମ୍ପତ୍ତିର ମାଲିକାଣୀ ଅଛନ୍ତି ସେ ବିଷୟରେ ଲୋକେ କିଛି ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Post Views20 Total Count

Apply Now


This will close in 0 seconds

error: Content is protected !!