ଓଏସଏସସିର କାମଚଳା ଅଧ୍ୟକ୍ଷ ଭାବେ ସୁଧାକର ବୁର୍ଗୀ ନିଯୁକ୍ତ

ଓଏସଏସସି ଅଧ୍ୟକ୍ଷ ଅଭୟଙ୍କ ଇସ୍ତଫା । ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ଅଭୟ ।

ରାଜ୍ୟ ସରକାରଙ୍କ ତାଙ୍କ ଇସ୍ତଫାପତ୍ରକୁ ବିଚାର କରି ଏହାକୁ ମଞ୍ଜୁର କରିଛନ୍ତି । ଅଭୟଙ୍କ ସ୍ଥାନରେ ପୂର୍ବତନ ଆଇଏଏସ ସୁଧାକର ବୁର୍ଗୀଙ୍କୁ ଓଏସଏସସିର କାମଚଳା ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ଓଏସଏସସିର ସଦସ୍ୟ ଅଛନ୍ତି ସୁଧାକର ବୁର୍ଗୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ପଦରେ ଦାୟିତ୍ବ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Post Views12 Total Count

Apply Now


This will close in 0 seconds

error: Content is protected !!