ରାଜ୍ୟ ଆସୁଛି ବଡ଼ ଲଘୁଚାପ, 27ରୁ ବର୍ଷା adminMay 22, 2025 ତାତିରୁ ମିଳିବ ତ୍ରାହି । ଆସୁଛି ଲଘୁଚାପ ବର୍ଷା । ଆସନ୍ତା ୨୭ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । 2 ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପ ପ୍ରଭାବ ପାଇଁ ଆଗାମୀ ସାତ ଦିନ ରାଜ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ଅଧିକ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଆରବ ସାଗରରେ ମଧ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମେ’ ୨୭ରେ ଆସୁଛି ଲଘୁଚାପ ।ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ବର୍ଷା ଜାରି ରହିବ।ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ଅଧିକ ରହିବ। ୨୭ ତାରିଖ ଅପରାହ୍ନ ଓ ସନ୍ଧ୍ୟାରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୮ ଓ ୨୯ରେ ବିଜୁଳି ଓ ଘଡଘଡି ହେବ। 4 Total Count
ବିଜେଡି-ବିଜେପି: ରାଜ୍ୟରେ ଯୁଦ୍ଧ କେନ୍ଦ୍ରରେ ପ୍ରେମ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ବିରୋଧରେ ଲଢେ଼ଇ ଜୋରଦାର କରିବାକୁ ବିଜେପି ଅଣ୍ଟା ଭିଡ଼ି ସାରିଛି… April 1, 2024
ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୪… April 1, 2024
ଜଳସମ୍ପଦ ବିଭାଗରେ ୪ଟି ବୈଷୟିକ କମିଟି ଗଠନ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ଜଳସମ୍ପଦ ବିଭାଗରେ ୪ଟି ବୈଷୟିକ କମିଟି ଗଠନ… June 23, 2024