୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ଜାରି ରହିଛି । ୨୪ ଘଣ୍ଟା ଭିତରେ ମୌସୁମୀ ବାୟୁ କେରଳ ଛୁଇଁବ ।

କେରଳରେ ପ୍ରାକ ମୌସୁମୀ ବର୍ଷା ଲାଗି ରହିଛି । ଏଥର କେରଳ ରେ ସଅଳ ମୌସୁମୀ ଛୁଇଁବ । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଇଛି ।

୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।

Post Views15 Total Count

Apply Now


This will close in 0 seconds

error: Content is protected !!