ଇସିଆଇଙ୍କୁ ଭେଟିବା ନେଇ ବିଜେଡିର ପ୍ରେସମିଟ୍‌

୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଗଡ଼ବଡ଼କୁ ନେଇ ସାରା ଓଡ଼ିଶାରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଭାରତୀୟ ନିର୍ବାଚନ କମିଶନଙ୍କୁ ବିଜେଡି ପ୍ରତିନିଧି ଗତକାଲି ଭେଟିଥିଲେ। ହେଲେ ନିର୍ବାଚନକୁ ୬ ମାସ ବିତିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତଥ୍ୟ ମିଳିନାହିଁ। ନିର୍ବାଚନ ସରିବା ପରେ ସବୁ ବୁଥ ପାଇଁ ଜିଲ୍ଲାପାଳମାନଙ୍କୁ ତଥ୍ୟ ମାଗିଥିଲୁ। ହେଲେ ସେମାନେ ଦେଲେନି। ଏହି ତଥ୍ୟ ପାଇବା ଅଧିକାର ସମସ୍ତଙ୍କ ଅଛି।
ବୋଧେ ରାଜ୍ୟ ସରକାରଙ୍କୁ ଅଲିଖିତ ନିର୍ଦେଶ ଦିଆଯାଇଛି ନ ଦେବାକୁ ବୋଲି ଅଭିଯୋଗ କରିଛି ବିଜେଡି। ଛଅ ମାସ ଧରି ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଛୁ। RTIରେ ବି ଦେଲେନି ତଥ୍ୟ। ଅସଂଗତି ଓ ତାଳମେଳ ନଥିବା ଦେଖିଲୁ। 17 C ପାର୍ଟ ୱାନ ଫର୍ମରେ ବୁଥରେ ଭୋଟର ଓ ଭୋଟ ସଂଖ୍ୟା ତଥ୍ୟରେ ତାଳମେଳ ନଥିବା ଜଣାପଡିଛି। ଗଣତି ସମୟରେ ଫର୍ମ 20 ରେ ପୂରଣ ହେବ ବୁଥରେ କେତେ ଭୋଟର ଓ କେତେ ଭୋଟ ପଡିଛି। ଫର୍ମ 17 C ପାର୍ଟ ୱାନରେ ଲେଖିଛନ୍ତି ଗୋଟେ ସଂଖ୍ୟା। ହେଲେ କେଉଁଠି ୫ ତ ଆଉ କେଉଁଠି ଶୂନ। ସନ୍ଦେହ ଦୂର କରିବା ଦାୟିତ୍ୱ ନିର୍ବାଚନ କମିଶନଙ୍କ ବୋଲି କହିଛି ବିଜେଡି। ଯଦି ନିର୍ବାଚନ କମିଶନ ସ୍ୱଚ୍ଛ ତେବେ ଏହା ଜଣାଇବା ଦରକାର। ହେଲେ କିଛି ସ୍ପଷ୍ଟ କରୁନାହାନ୍ତି।
ଯଦି ECI ଠିକ ତେବେ କପି କାହିଁକି ଦେଉନ ବୋଲି କହିଛି ବିଜେଡି। କେଉଁ ଅଦୃଶ୍ୟ ଚାପରେ ଚେପା ହୋଇଛ ବୋଲି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି? ଏହା ଗୋପନୀୟ ନୁହେଁ ତଥ୍ୟ ଦେବା ଦରକାର। ଭୋଟ ଦିନ ସନ୍ଧ୍ୟା ୫ଟାରେ କ୍ଲୋସ ଅଫ ପୋଲ ହୁଏ। ଆଉ ଗୋଟେ ଏଣ୍ଡ ଅଫ ପୋଲ ରାତି 11:45 ରେ ହୁଏ। ରିପୋର୍ଟ ପର ଦିନ ସକାଳେ ଦେବା କଥା। ECI କାହିଁକି ଏହା ଦେବାରେ ଦୁଇ ଦିନ ଡେରି କଲେ ବୋଲି ପ୍ରଶ୍ନ କରିଛି ବିଜେଡି। ଏଥର 25ରୁ 30 ପ୍ରତିଶତ ଫରକ ଅଛି। EVMରେ 7ଶହ ଜଣ ଭୋଟ ଦେଲେ ଗଣତି ବେଳେ 735 କେମିତି ହେଉଛି ବା 600 କେମିତି ହେଉଛି। ପ୍ରିଜାଇଡିଂ ଅଫିସର ଏମିତି ରିପୋର୍ଟ କେମିତି ଦେଲେ? ECIକୁ ପ୍ରଶ୍ନ କଲେ ବିଜେପି କାହିଁକି ଚିହିଁକି ଉଠୁଛି ବୋଲି ପ୍ରଶ୍ନ କରିଛି ବିଜେଡି।ଆମେ ତ ECIର ନିରପେକ୍ଷତା ଉପରେ ପ୍ରଶ୍ନ କରିଥିଲୁ। ଯଦି ଜାଲିଆତି ନାହିଁ ତେବେ ପ୍ରମାଣ କରନ୍ତୁ ବୋଲି କହିଛି ବିଜେଡି ।
ଭାରତ ନିର୍ବାଚନ ଇତିହାସରେ ଏପରି ଘଟଣା ପ୍ରଥମ। ପ୍ରିଜାଇଡିଙ୍ଗ ଅଫିସର ଓ ରିଟର୍ନିଙ୍ଗ ଅଫିସରଙ୍କ ଦୁଇ ତଥ୍ୟ କେମିତି ଏତେ ଅଲଗା? ପୂର୍ବରୁ ଅତିକମରେ 2% ବ୍ୟବଧାନ ଥାଏ । ହେଲେ 2024 ରେ 25% ରହିଛି । କଣ୍ଟାମାଳରେ 28% ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନ ମଣ୍ଡଳୀରେ 30.6% ଫରକ ରହିଛି । ECI ଙ୍କ ଶେଷ ରିପୋର୍ଟରେ 10% ଫରକ ରହିଛି । ଯାହା ବହୁତ ବଡ଼ ବୋଲି କହିଛି ବିଜେଡି। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ 4 ହଜାର 56 ଭୋଟ ବ୍ୟବଧାନ ରହିଛି। କନ୍ଧମାଳରେ 3 ହଜାର 521, 1587 ରହିଛି ଯାଜପୁରରେ। ଏ ସବୁ ବ୍ୟବଧାନ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ତେଣୁ ECI ଙ୍କ ପାଖରେ ସ୍ପଷ୍ଟୀକରଣ ପାଇଁ ଫେରାଦ ହୋଇଛି ବିଜେଡି ।

 

 

Post Views1 Total Count

Apply Now


This will close in 0 seconds

error: Content is protected !!