ପରଲୋକରେ ମୁକୁଲ ଦେବ

ଆଉ ନାହାନ୍ତି ଅଭିନେତା ମୁକୁଲ ଦେବ। ମାତ୍ର ୫୪ ବର୍ଷ ବୟସ ତାଙ୍କର ଦେହାନ୍ତ ହୋଇଥିବା ନେଇ ଫ୍ୟାନ୍ସ ଦୁଃଖରେ ଅଛନ୍ତି। ଅଭିନେତାଙ୍କର କଣ ହୋଇଥିଲା ବୋଲି ସମସ୍ତେ ଜାଣିବାକୁ ଚାହୁଁଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରି ଉପରେ ଖସିଛି ଦୁଃଖର ପାହାଡ଼। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର ଆସିଥିବା ଅଭିନେତା ମୁକୁଲ ଦେବ ଦୁନିଆକୁ ଅଲବିଦା କହିଛନ୍ତି। ମୁକୁଲ କିଛି ଦିନ ହେବ ବହୁତ ଅସୁସ୍ଥ ଥିଲେ। ଏହି କାରଣରୁ ସେ ହସ୍ପିଟାଲରେ ICUରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

ମୁକୁଲ ଇନ୍ଦିରା ଗାନ୍ଧୀ ଜାତୀୟ ବିମାନ ଚଳାଚଳ ଏକାଡେମୀର ଜଣେ ତାଲିମପ୍ରାପ୍ତ ପାଇଲଟ ମଧ୍ୟ ଥିଲେ। ସେ ୧୯୯୬ ମସିହାରେ ଟେଲିଭିଜନ ଧାରାବାହିକ ‘ମୁମକିନ’ ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଏଥିରେ ସେ ବିଜୟ ପାଣ୍ଡେ ଭୂମିକାରେ ଅଭିନୟ କରିଥିଲେ। ସେ ‘ଦସ୍ତକ’ ସହିତ ଫିଲ୍ମରେ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ ଯେଉଁଥିରେ ସେ ACP ରୋହିତ ମାଲହୋତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ। ମୁକୁଲ ‘ସନ ଅଫ ସର୍ଦ୍ଦାର’, ‘ଆର୍‌…ରାଜକୁମାର’, ‘ଜୟ ହୋ’ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ।

କମେଡି ଅଭିନୟ ସହିତ, ଦର୍ଶକ ତାଙ୍କ ଚରିତ୍ରକୁ ମଧ୍ୟ ପସନ୍ଦ କରିଥିଲେ। ମୁକୁଲ ଦେବଙ୍କୁ ଶେଷ ଥର ପାଇଁ ହିନ୍ଦୀ ଚଳଚ୍ଚିତ୍ର ‘ଆନ୍ଥ ଦି ଏଣ୍ଡ’ରେ ଦେଖିବାକୁ ମିଳିଥିଲା।ମୁକୁଲ ଅଭିନେତା ରାହୁଲ ଦେବଙ୍କ ଭାଇ ଥିଲେ। ତାଙ୍କ ଜନ୍ମ ନୂଆଦିଲ୍ଲୀରେ ଜଳନ୍ଧର ନିକଟସ୍ଥ ଏକ ଗାଁରେ ଥିବା ଏକ ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କ ପିତା ହରି ଦେବ ଜଣେ ସହାୟକ ପୋଲିସ କମିଶନର ଥିଲେ।

Post Views16 Total Count

Apply Now


This will close in 0 seconds

error: Content is protected !!