ଗଭର୍ଣ୍ଣିଂ କାଉନସିଲ ବୈଠକରେ କିଛି ଏଭଳି କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଭାରତ ମଣ୍ଡପରେ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିକଶିତ ଭାରତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନୋଦି କହିଥିଲେ ଯେ,ବିକାଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ ଏବଂ ଯଦି କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡ଼ିକ ଟିମ୍ ଇଣ୍ଡିଆ ପରି ଏକାଠି ହୋଇ କାମ କରନ୍ତି, ତେବେ “କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ”।

ପ୍ରଧାନମନ୍ତ୍ରୀ କହିଥିଲେ, “ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ। ଯେତେବେଳେ ପ୍ରତ୍ୟେକ ରାଜ୍ୟ ବିକଶିତ ହେବ, ସେତେବେଳେ ଭାରତ ବିକଶିତ ହେବ। ଏହା 140 କୋଟି ନାଗରିକଙ୍କ ଆକାଂକ୍ଷା,” । ବିକାଶର ଗତି ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଯଦି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ଏକାଠି ହୋଇ ଟିମ୍ ଇଣ୍ଡିଆ ପରି କାମ କରନ୍ତି, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।”

ଆମର ପ୍ରତ୍ୟେକ ରାଜ୍ୟକୁ ବିକଶିତ, ପ୍ରତ୍ୟେକ ସହରକୁ ବିକଶିତ, ପ୍ରତ୍ୟେକ ନଗର ପାଳିକାକୁ ବିକଶିତ ଏବଂ ପ୍ରତ୍ୟେକ ଗ୍ରାମକୁ ବିକଶିତକରିବା ଲକ୍ଷ୍ୟ ରଖିବା ଉଚିତ। ଯଦି ଆମେ ଏହି ଧାରାରେ କାମ କରିବା ତେବେ ଆମକୁ ବିକଶିତ ଭାରତ ହେବା ପାଇଁ 2047 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ”

ପ୍ରତ୍ୟେକ ରାଜ୍ୟଗୁଡ଼ିକୁ ବିଶ୍ୱ ମାନଦଣ୍ଡ ଅନୁଯାୟୀ ପ୍ରତି ରାଜ୍ୟରେ ଅତି କମରେ ଗୋଟିଏ ପର୍ଯ୍ୟଟନ ସ୍ଥଳ ବିକଶିତ କରିବାକୁ ଏବଂ ସମସ୍ତ ସୁବିଧା ଏବଂ ଭିତ୍ତିଭୂମି ଯୋଗାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। “ଗୋଟିଏ ରାଜ୍ୟ: ଗୋଟିଏ ବିଶ୍ୱ ଗନ୍ତବ୍ୟସ୍ଥଳ। ଏହା ପଡ଼ୋଶୀ ସହରଗୁଡ଼ିକୁ ପର୍ଯ୍ୟଟନ ସ୍ଥଳ ଭାବରେ ବିକଶିତ କରିବ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Post Views2 Total Count

Apply Now


This will close in 0 seconds

error: Content is protected !!