୪ ରାଜ୍ୟର ୫ ବିଧାନସଭା ଆସନର ଉପନିର୍ବାଚନ ତାରିଖ ଘୋଷଣା

ନିର୍ବାଚନ କମିସନ ରବିବାର ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମତଦାନ ୧୯ ଜୁନ୍‌ରେ ହେବ। ଭୋଟ ଗଣତି ଜୁନ୍ ୨୩ ତାରିଖରେ ହେବ। ଇସ୍ତଫା କିମ୍ବା ମୃତ୍ୟୁ ଯୋଗୁ ସମସ୍ତ ପାଞ୍ଚଟି ଆସନ ଖାଲି ପଡ଼ିଥିଲା।

ଯେଉଁ ଆସନଗୁଡ଼ିକରେ ନିର୍ବାଚନ ହେବାକୁ ଯାଉଛି, ସେଥିମଧ୍ୟରେ ଗୁଜରାଟର କାଡି ଏବଂ ବିସାବାଦର ବିଧାନସଭା ଆସନ ରହିଛି। ସେହିପରି କେରଳର ନିଲାମ୍ବୁର ବିଧାନସଭା ଆସନ, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ।ନିର୍ବାଚନ କମିସନଙ୍କ ଅନୁଯାୟୀ, ଉପନିର୍ବାଚନ ହେବାକୁ ଥିବା ପାଞ୍ଚଟି ଆସନ ପାଇଁ ବିଜ୍ଞପ୍ତି ମେ’ ୨୬ ତାରିଖରେ ଜାରି କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ୨ ଜୁନ୍।ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ଜୁନ୍ ୩ତାରିଖରେ ହେବ। ପ୍ରାର୍ଥୀମାନେ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ।ଏହି ଆସନଗୁଡ଼ିକରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୫ ତାରିଖ ପୂର୍ବରୁ ସମାପ୍ତ କରିବାକୁ ପଡିବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।

Post Views17 Total Count

Apply Now


This will close in 0 seconds

error: Content is protected !!